ଦୋକାନ ଓ ଅଫିସ ଘର ଭଡ଼ାରୁ ୨୦ ଲକ୍ଷ ଟଙ୍କା ଆୟ କରୁଛନ୍ତି କି ? ତେବେ ତୁରନ୍ତ କରାନ୍ତୁ ଜିଏସଟି ପଞ୍ଜୀକରଣ

32

ନିଜର ଆବାସିକ ସମ୍ପତିରୁ ଭଡ଼ା ଆସୁଥିଲେ ଆପଣଙ୍କୁ ଜିଏସଟିରୁ ରିହାତି ମିଳିବ । କିନ୍ତୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଦିଆଯାଇଥିବା ଭଡ଼ାରୁ ବର୍ଷକୁ ୨୦ ଲକ୍ଷ ଟଙ୍କା ଆୟ ଉପରେ ଲାଗିବ ଜିଏସଟି । ରାଜସ୍ୱ ସଚିବ ହସମୁଖ ଆଧିୟା କହିଛନ୍ତି କି ଯଦି ଆବାସିକ ସମ୍ପତି ଯଥା ଦୋକନ କିମ୍ବା କାର୍ଯ୍ୟାଳୟ ପାଇଁ ଭଡ଼ାରେ ଦିଆଯାଇଛି, ତେବେ ୨୦ ଲକ୍ଷ ପର୍ଯ୍ୟନ୍ତ ଭଡ଼ାରେ ଜିଏସଟି ଲାଗୁ ହେବ ନାହିଁ । କିନ୍ତୁ ଏଥିରୁ ଅଧିକ ଆୟ ଉପରେ ଲାଗିବ ଜିଏସଟି ।

ଯେଉଁ କରଦାତାମାନେ ୨୦ ଲକ୍ଷରୁ ଅଧିକ ଆୟ କରୁଛନ୍ତି , ତାଙ୍କୁ ଜିଏସଟି ନେଟୱ୍ୱର୍କରେ ପଞ୍ଜୀକରଣ କରାଇବାକୁ ପଡ଼ିବ । ଜିଏସଟିର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ପ୍ରକାଶ କୁମାର କହିଛନ୍ତି ୬୯.୩୨ ଲକ୍ଷ ପଞ୍ଜୀକୃତ ଉତ୍ପାଦ, ଜିଏସଟି ପୋର୍ଟାଲକୁ ଚାଲି ଯାଇଛି । ପୂର୍ବରୁ ୮୦ ଲକ୍ଷ ଆୟ ଉପରେ କର ଲାଗୁ ହେବାର ବ୍ୟବସ୍ଥା ଥିଲା ।

ଏପଟେ ସରକାରଙ୍କ ହିସାବରେ ଏବେ ୩୦.୮ ଲକ୍ଷ ବ୍ୟବସାୟୀଙ୍କୁ ନିଜର ପଞ୍ଜୀକରଣ କରାଇବାକୁ ପଡ଼ିବ । ସେମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଲଗାତାର ଭାବେ ଇମେଲ ଓ ଏସଏମସ ପଠାଯାଉଥିବା ମଧ୍ୟ ସୂଚନା ମିଳିଛି । ଖୁବ ଶୀଘ୍ର ନିଜର ପଞ୍ଜୀକରଣ ପ୍ରକ୍ରିୟା ପୁରା କରନ୍ତୁ ବୋଲି ମେସେଜ ଆସୁଛି । ଏହା ବ୍ୟତୀତ ପାଖାପାଖି ୪.୫ ଲ୪ ନୂଆ କରଦାତା ଜିଏଟି ପୋର୍ଟାଲ ରେ ୨୫ ଜୁନ ପରେ ହିଁ ପଞ୍ଜୀକୃତ କରାଇ ନେଇଛନ୍ତି ।
ସୂଚନା ଅନୁସାରେ ଜିଏସଟି ପୋର୍ଟାଲରେ ପଞ୍ଜୀକୃତ କରି ସାରିଥିବା ଲୋକ ନିଜର ଠିକଣା କିମ୍ବା ଦେଇଥିବା ସୂଚନା ବଦଳାଇବା ପାଇଁ ଚାହୁଁଥିଲେ ବଦଳାଇପାରିବେ । ଦିଆଯାଇଥିବା ସୂଚନା ଯେପରି ବ୍ୟବସାୟର ସ୍ଥାନ ଓ ଅନ୍ୟ ସବିଶେଷ ବିବରଣୀରେ ଯଦି କୌଣସି ସୁଧାର କରିବା ପାଇଁ ଚାହୁଁଛନ୍ତି, ତେବେ ଜିଏସଟି ପୋର୍ଟଲରେ ୧୭ ଜୁଲାଇରେ ଏକ ଲିଙ୍କ ଦିଆଯିବ । ଏହା ବ୍ୟତୀତ ସେହି ଦିନ ଠାରୁ ଜିଏଟି ପୋର୍ଟାଲରେ ପଞ୍ଜୀକରଣ ପ୍ରକିୟା ମଧ୍ୟ ଆରମ୍ଭ ହୋଇଯିବ ।

                                              ସୌଜନ୍ୟ-ଆଜତକ.କମ୍