ନୂଆବର୍ଷରେ କେନ୍ଦ୍ରସରକାରଙ୍କ ନୂଆ ଉପହାର । ହେଲିକପ୍ଟରରେ ଯୋଗେ ଘରେ ଘରେ ମିଳିବ ଡାକ୍ତରୀ ସେବା

23

ନୂଆବର୍ଷରେ କେନ୍ଦ୍ର ସରକାରଙ୍କ ନୂଆ ଉପହାର । ପାହାଡିଆ ଓ ଦୁର୍ଗମ ଅଂଚଳରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଯେଉଁ ଅଂଚଳରେ ରେଳ ସଂଯୋଗ ନାହିଁ କିମ୍ବା ରାସ୍ତାଘାଟ ବା ଗମନାଗମନର ସୁବିଧା ନାହିଁ ସେଠାରେ ପହଂଚିବ ସ୍ୱାସ୍ଥ୍ୟସେବା । ହେଲିକପ୍ଟର ଯୋଗେ ପହଂଚିବ ଘରେ ପହଂଚିବ ସ୍ୱାସ୍ଥ୍ୟସେବା ।ଏଥିପାଇଁ ସରକାର ୮୦ରୁ ୧୦୦ କୋଟି ଟଙ୍କା ଦେବାକୁ ରାଜି ହୋଇଛନ୍ତି ।

ଯଦି ହଠାତ ଆପଣଙ୍କ ଦେହ ଖରାପ ହୋଇଗଲା ଏବଂ ଆପଣ ଡାକ୍ତର ଦେଖାଇବାର ସୁଯୋଗ ନାହିଁ ତେବେ ଆପଣ ଚିନ୍ତାକରନ୍ତୁ ନାହିଁ । କେନ୍ଦ୍ର ସରକାର ଉତ୍ତର ପୂର୍ବାଂଚଳ ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ କରିଛନ୍ତି । ଏଥିରେ ଡାକ୍ତର ଓ ମେଡିକାଲ ଯନ୍ତ୍ରପାତି ରହିବ ।

ଆସାମର ସିଲଂ, ଇମ୍ପାଲ ବ୍ୟତୀତ ଛଅଟି ଅନ୍ୟ ରାଜ୍ୟରେ ମଧ୍ୟ ଏହି ସେବା ଯୋଗାଇଦେବା କେନ୍ଦ୍ର ସରକାର । ଏହି ସେବାପ୍ରଦାନ ପାଇଁ ପବନହଂସ ହେଲିକପ୍ଟର ସାହାଯ୍ୟ କରିବ । କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ସମସ୍ତେ । ୬ଟି ରାଜ୍ୟରେ ଭ୍ରାମ୍ୟମାଣ ଡାକ୍ତରୀ ସେବା ଯୋଗଇବା ପାଇଁ ଦୁଇଟିପବନ ହଂସର ମାସିକ ର୍ ୧.୮୭ କୋଟି ଖଚ୍ଚ ହେବ ବୋଲି ଜଣାପଡିଛି ।

ସୌଜନ୍ୟ-ଗାଓଁ କନେକସନ