ଆଧାରର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟଙ୍କ ଫଇସଲା ପରେ ଟାର୍ଗେଟ୍ ରେ ଜିଓ-ପେଟିଏମ୍-ଏୟାରଟେଲ୍। ଲୋକମାନେ ଟ୍ୱିଟ୍ କରି ପଚାରିଲେ ଏଭଳି ପ୍ରଶ୍ନ

30

ଆଧାରର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟଙ୍କ ଫଇସଲା ପଢ଼ି ଜଷ୍ଟିସ୍ ସିକ୍ରି କେନ୍ଦ୍ରକୁ ଡାଟା ସୁରକ୍ଷା ଉପରେ ଅତି ଶୀଘ୍ର ମଜବୁତ୍ ଆଇନ୍ ଆଣିବା ପାଇଁ କହିଛନ୍ତି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଧାରକୁ ସୁରକ୍ଷିତ ଓ ଲୋକଙ୍କ ପାଇଁ ଜରୁରୀ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ, ଏଣିକି ପ୍ରାଇଭେଟ୍ କମ୍ପାନୀ ଆଧାରକୁ ବାଧ୍ୟତାମୂଳକ କରିପାରିବେ ନାହିଁ ।

ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ ପରେ ଟ୍ୱିଟରରେ ଲୋକମାନେ ସେହି କମ୍ପାନୀଗୁଡିକୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି, ଯେଉଁମାନେ ସେବା ଯୋଗାଇ ଦେବା ପାଇଁ ଆଧାରକୁ ବାଧ୍ୟତାମୂଳକ କରୁଛନ୍ତି । ସୋସିଆଲ ମିଡିଆ ୟୁଜର୍ସ ସବୁଠାରୁ ଅଧିକ ଜିଓ, ପେଟିଏମ୍, ଏୟାରଟେଲ୍, ଭୋଡାଫୋନ୍ କୁ ଟାର୍ଗେଟ କରିଛନ୍ତି । କେତେକ ଲୋକ ଏହି କମ୍ପାନୀ ମାନଙ୍କୁ ଉପଦେଶ ଦେଇଛନ୍ତି କି ସେମାନେ ଆଧାର ମାଗିବାକୁ ଚେଷ୍ଟା ନକରନ୍ତୁ । ସେଇଠି କିଛି ଲୋକ ଜିଓକୁ ପ୍ରଶ୍ନ କରିଛନ୍ତି ଯେ, କ’ଣ ଜିଓ ତାଙ୍କ ଦ୍ୱାରା ଦିଆଯାଇଥିବା ଆଧାର ସଂପର୍କିତ ତଥ୍ୟକୁ ଗାଏବ କରିଦେବ ?

ଏବେ କିଛି ଲୋକ କେୱାଇସି କୁ ନେଇ ଭ୍ରମରେ ଅଛନ୍ତି ଯେ, କେୱାଇସି ପାଇଁ ଆଧାର ଜରୁରୀ କି ନୁହେଁ ? କିଛି ଲୋକ ପେଟିଏମ୍ କୁ ପଚାରିଛନ୍ତି ଯେ, ଆଧାର ତଥ୍ୟକୁ ପେଟିଏମ୍ ରୁ କେମିତି ଅନଲିଙ୍କ କରାଯାଇପାରିବ ?