ଓଡ଼ିଶାକୁ ଚାଉଳ କୋଟା ବୃଦ୍ଧି ଦାବି ! କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ଭେଟିଲେ ସୂର୍ଯ୍ୟ ପାତ୍ର

19

କନକ ବ୍ୟୁରୋ : କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସାକ୍ଷାତ କରି ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ବିଶେଷ କରି ଜାତୀୟ ଖାଦ୍ୟ ନିରାପତ୍ତା ଆଇନ(ଏନଏଫଏସଏ)ରେ ଓଡ଼ିଶାକୁ ମିଳୁଥିବା ଚାଉଳ କୋଟା ବୃଦ୍ଧି କିରବା ପାଇଁ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ପ୍ରସ୍ତାବ ଦେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାକୁ ଚାଉଳ କୋଟା ମଞ୍ଜୁର ହୋଇଛି ।

କିନ୍ତୁ ୨୦୧୧ରୁ ୨୧୦୬ ମଧ୍ୟରେ ଓଡ଼ିଶାର ଜନସଂଖ୍ୟା ୮ ପ୍ରତିଶତ ବୃଦ୍ଧିି ଅନୁସାରେ ୧୭ ଲକ୍ଷରୁ ଅଧକ ହୋଇସାରିଲେଣି । କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ଏହାକୁ ବିଚାରକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଚାଉଳ କୋଟା ବୃଦ୍ଧି ଉପରେ ପଚାରିଥିଲେ । ସବୁ ରାଜ୍ୟରେ ଏମିତି ସମସ୍ୟା ହୋଇଥବାରୁ ଏ ଦିଗରେ ଧ୍ୟାନ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏଥିପାଇଁ ଖାଦ୍ୟ ନିରାପତ୍ତା ଆଇନରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।