ପାଟଣାଗଡରେ ପାଣି ପାଇଁ ହାହାକାର ! ରାସ୍ତାରେ ଦୌଡି ବାନ୍ଧି ଗରା ମାଠିଆ ରଖି ମୁଖ୍ୟ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ

37

କନକ ବ୍ୟୁରୋ : ଚଳିତ ବର୍ଷ ଗ୍ରୀଷ୍ମରେ ସାରା ରାଜ୍ୟରୁ ଆସିଛି ଜଳାଭାବର ଖବର । ପ୍ରବଳ ଖରା ସାଙ୍ଗକୁ ପାଣି ମୁନ୍ଦେ ପାଇଁ ସବୁଆଡେ ହାହାକାର । କେଉଁଠି ପିଇବା ପାଣି ପାଇଁ ଲୋକେ ଚୁଆ ଉପରେ ନିର୍ଭର କରୁଛନ୍ତି ତ ଆଉ କେଉଁଠି ପାଣି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡବାସୀ ପିଇବା ପାଣି ଓ ବିଦ୍ୟୁତ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏବେ ଲୋକଙ୍କ ଧୈର୍ଯ୍ୟ ସୀମା ଟପିଛି । ଶେଷରେ ପାଣି ଢୋକେ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ପାଟଣାଗଡ ଟିକପାଲିବାସୀ ।

ରାମଜୀଛକ ଠାରେ ରାସ୍ତାରେ ଦୌଡି ବାନ୍ଧି ଗରା ମାଠିଆ ରଖି ପାଟଣାଗଡ-ବଲାଙ୍ଗିର ମୁଖ୍ୟରାସ୍ତା ଅବରୋଧ କରିଥିଲେ ମହିଳାମାନେ । ପରେ ଘଟଣାସ୍ଥଳରେ ପାଟଣାଗଡ ଉପଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା ପହଂଚି ଲୋକଙ୍କୁ ବୁଝାସୁଝା କଲା ପରେ ରାସ୍ତାରୋକ ହଟିଥିଲା । ଏହାସହ ଲୋକଙ୍କ ଦାବି ମୁତାବକ ସଂଗେ ସଂଗେ ଲୋକଙ୍କୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦେଇଛି ପ୍ରଶାସନ ।