ବଲାଙ୍ଗିର ଜେଲରେ ରହିବ ପାଟଣାଗଡ ପାର୍ସଲବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ । ପୁଂଜିଲାଲକୁ ପାଟଣାଗଡ ସବଜେଲରୁ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର ନିଷ୍ପତି

ଜେଲରେ ଗଣ୍ଡଗୋଳ ପରେ ପଦକ୍ଷେପ

164

କନକ ବ୍ୟୁରୋ: ବଲାଙ୍ଗିର ଜେଲରେ ରହିବ ପାଟଣାଗଡ ପାର୍ସଲବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ । ପୁଂଜିଲାଲ ମେହେରକୁ ପାଟଣାଗଡ ସବଜେଲରୁ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର ପାଇଁ ନିଷ୍ପତି ନିଆଯାଇଛି । ଗତ କିଛି ଦିନ ତଳେ ପୁଂଜିଲାଲ କିଛି କଏଦୀଙ୍କ ସହ ମିଶି ଜେଲରୁ ଖସି ଯିବା ପାଇଁ ଷଡଯନ୍ତ୍ର କରୁଥିଲା । ଏହା ଜଣାପଡିବା ପରେ ପାଲଟା ଜେଲ କର୍ମଚାରୀଙ୍କ ଉପରେ ଅଭିଯୋଗ କରିଥିଲା । ଏସବୁ ଭିତରେ ପାଟଣାଗଡ ଜେଲରୁ ତାକୁ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର ପାଇଁ ନିଷ୍ପତି ହୋଇଛି ।

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଂଜିଲାଲ ମେହେର ଏବେ ଜେଲରେ ଅଛି । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ଆଉ ପୁଜିଂଲାଲ ଥିଲା ଏହାର ମାଷ୍ଟର ମାଇଣ୍ଡ ଥିଲା।

PUNJIlal

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଖବର ଆସିଥିଲା ୬ ଜଣ ଡକାୟତଙ୍କ ସହ ଜେଲରୁ ଫେରାର୍ ହୋଇଯିବା ନେଇ ଯୋଜନା କରିଥିଲା ପୁଂଜିଲାଲ୍ । ତେବେ ଫାଟକ ଜଗିଥିବା ୱାର୍ଡର ସାଇରନ୍ ବଜାଇ ଦେବାରୁ ପୁଞ୍ଜିଲାଲର ଫେରାର ଉଦ୍ୟମ ପଣ୍ଡ ହୋଇଥିଲା । ଜେଲ କର୍ମଚାରୀ ୬ ଜଣ ଡକାୟତଙ୍କ ସମେତ ପୁଞ୍ଜିଲାଲକୁ ସେଲ୍ ଭିତରକୁ ନେଇଥିଲେ ।