ପରଦାକୁ ଆସିବ ପାଟାନାଗଡ ପାର୍ସଲ୍ ବୋମା କାହାଣୀ : ରିଲିଜ୍ ହେଲା ଥ୍ରୀଲର୍ ଫିଲ୍ମ ‘ପାଟନାଗଡ’ର ପ୍ରଥମ ଟିଜର୍

55

ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ଘଟଣାକୁ ନେଇ ଓଲିଉଡରେ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର । ଯାହାର ଟାଇଟଲ୍ ରହିି ‘ପାଟନାଗଡ୍’ । ପାଟଣାଗଡ ପାର୍ସଲ୍ ବୋମା ଘଟଣାକୁ ପରଦାରେ ଦେଖାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରେଂଜ୍ ରୟାଲ୍ ସିନେ ପ୍ରଡକ୍ସନ । ଏହି ଅପକମିଂ ସିନେମାର ପ୍ରଥମ ଟିଜର୍ ଏବେ ରିଲିଜ୍ ହୋଇଛି । ଫିଲ୍ମଟି ଓଡିଆ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।

ମୁକ୍ତିଲାଭ କଲା ଓଲିଉଡ୍ କ୍ରାଇମ୍ ଥ୍ରୀଲର୍ ଫିଲ୍ମ ‘ପାଟନାଗଡ’ର ପ୍ରଥମ ଟିଜର୍ । ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ଘଟଣାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । କିଭଳି ପ୍ରତିଷୋଧର ନିଆଁରେ ନିରିହ ଲୋକ ବଳି ପଡିଛନ୍ତି ତାହା ହିଁ ଦେଖିବାକୁ ମିଳିଛି ଏହି ସିନେମାରେ । ରେଂଜ୍ ରୟାଲ୍ ସିନେ ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ପ୍ରଯୋଜନା ଭାର ତୁଲାଇଛନ୍ତି ଶ୍ରୀଧର ମାର୍ଥା । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ୍ ଡିରେକ୍ଟର୍ ରାଜେଶ ଟଚଭିର । ଫିଲ୍ମରେ ଖଳନାୟକ ଚରିତ୍ରରେ ନଜର ଆସିବେ ଅଭିନେତା ମନୋଜ ମିଶ୍ର । ଆଉ ଓଡିଶା କ୍ରାଇମବ୍ରାଂଚ ଆଇଜି ଚରିତ୍ରରେ ଅଭିନୟ କରିଛନ୍ତି ଲୋକପ୍ରିୟ ବଲିଉଡ୍ ଅଭିନେତା ଅତୁଲ୍ କୁଲକରନୀ ।

ଏହି ଅପକମିଂ ସିନେମାର ସୁଟିଂ ଏବେ ରାଜଧାନୀ ଭୁବନେଶ୍ୱରରେ କରାଯାଉଛି । ଏହି ସିନେମାରେ ଓଲିଉଡର ବିଭିନ୍ନ କଳାକାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ । ପୁଷ୍ପା ପଣ୍ଡା, ଚିନ୍ମୟ, ଅଙ୍କିତା ଆଦି ଓଲିଉଡ୍ ଷ୍ଟାରଙ୍କୁ ଏହି ସିନେମାରେ ଅନ୍ୟାନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏକ ସତ କାହାଣୀ ଉପରେ ଆଧାରିତ ହୋଇଥିବାରୁ ଫିଲ୍ମ ମେକିଂ ପ୍ରତି ଖାସ୍ ଧ୍ୟାନ ଦେଉଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା । ଫିଲ୍ମଟିର ସୁଟିଂ ଜୋର୍ ସୋର୍ରେ ଆଗେଇ ଚାଲିଥିବାବେଳେ ଖୁବଶୀଘ୍ର ଆସିବ ପରଦାକୁ ।