ପାଟଣାଗଡ଼ ଡକରା ନିକଟରେ ପୋଲ ତଳକୁ ଖସିଲା ବସ ! ୭ ଆହତ, ୨ ଗୁରୁତର

37

କନକ ବ୍ୟୁରୋ : ପାଟଣାଗଡ ଡକରା ନିକଟରେ ସଡକ ଦୁର୍ଘଟଣା । ପୋଲ ତଳକୁ ଖସି ପଡିଲା ବସ୍ । ଏହି ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାଗ୍ରସ୍ତ ଯାତ୍ରିବାହୀ ବସଟିର ନାଁ ପାଲ୍ ଆଣ୍ଡ୍ ପାଲ୍ । ମଧ୍ୟପୁରରୁ ପାଟଣାଗଡ ଆସୁଥିବା ବେଳେ ବସଟି ପୋଲ ତଳକୁ ଖସି ପଡିଛି । ବସରେ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।