ଦଳିତ ମହିଳାଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ ! ସ୍ୱାମୀଙ୍କ ବିରୋଧ ସତ୍ୱେ ମଙ୍ଗଳସୂତ୍ର ବିକ୍ରି କରି ଘରେ ତିଆରି କଲେ ଶୌଚାଳୟ

74

କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ । ସୁସ୍ଥ ଓ ନିରୋଗ ଜୀବନ ଜିଇଁବା ପାଇଁ ପରିବେଶେକୁ ପରିସ୍କାର ପରିଚ୍ଛନ୍ନ ରହିବା ଜରୁରୀ । ତେବେ ସଫାସୁତୁରା ରହିବା ପାଇଁ କେବଳ ଘର କିମ୍ବା ଘର ବାହାର ପରିସ୍କାର ରଖିବା ଯଥେଷ୍ଟ ନୁହେଁ । ସ୍ୱଚ୍ଛତା ପାଇଁ ଶୌଚାଳୟ ବହୁତ ଜରୁରୀ । କହିବାକୁ ଗଲେ ଶୌଚାଳୟ ସୁସ୍ଥ ଜୀବନଯାପନ ପାଇଁ ଏକ ପ୍ରମୁଖ ଭୂମକା ଗ୍ରହଣ କରେ । ଦୁଇଦିନ ପୂର୍ବରୁ ନଭେମ୍ବର ୧୯ ରେ ପାଳିତ ହୋଇଛି ବିଶ୍ୱ ଶୌଚାଳୟ ଦିବସ । ବିଶ୍ୱକୁ ସଂପୂର୍ଣ୍ଣ ଭାବେ ବାହ୍ୟ ମଳତ୍ୟାଗ ମୁକ୍ତ କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ତେବେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଘରେ ଘରେ ଶୌଚାଳୟ ତିଆରି କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ।

ତେବେ ନିକଟରେ ଏପରି ଏକ ଘଟଣା ଘଟିଛି,ଯେଉଁଥିରୁ ଲାଗୁଛି ଏବେ ଲୋକମାନେ ସ୍ୱଚ୍ଛତା ପ୍ରତି ବେଶ୍ ସଚେତନ ହେଲେଣି । ଘଟଣା ଘଟିଛି ପାଟଣାରେ । ଏଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ସହ ଝଗଡ଼ା କରି ଏବଂ ନିଜ ମଙ୍ଗଳସୂତ୍ର ବିକ୍ରି କରି ଘରେ ଶୌଚାଳୟ ନିର୍ମାଣ କରିଛନ୍ତି । ମହିଳାଙ୍କ ଏପରି ସାହସ ଦେଖି ଗାଁ ଲୋକେ ତାଙ୍କର ବାଃ ବାଃ କରୁଛନ୍ତି । ପାଟଣାର ଫତୁହାର ଜଣେ ଅଶିକ୍ଷିତ ମହିଳା ହେଲେ ରନକୀ ଦେବୀ । ସେ ତାଙ୍କ ସ୍ୱାମୀଙ୍କୁ ଘରେ ଶୌଚାଳୟ ତିଆରି କରିବା ପାଇଁ କହିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ଏଥିରେ ରାଜି ହୋଇନଥିଲେ । ଶୌଚାଳୟ ପାଇଁ ସ୍ୱାମୀ ରାଜି ନହେବାରୁ ସେ ଶେଷରେ ଅନ୍ୟଉପାୟ ନପାଇ ମଙ୍ଗଳସୂତ୍ର ବିକ୍ରି କରି ବଜାରରୁ ବାଲି, ଇଟା, ସିମେଣ୍ଟ ନେଇକି ଆସିଲେ । ଏବଂ ସ୍ୱାମୀଙ୍କ ବିରୋଧ ସତ୍ୱେ ସେ ଘରେ ଶୌଚାଳୟ ତିଆରି କରାଇଥିଲେ । ତାଙ୍କର ଏପରି କାମକୁ ଦେଖି ଶୌଚାଳୟ ଦିବସ ଅବସରରରେ ତାଙ୍କୁ ସମ୍ମାନିତ କରାଯାଇଛି ।

ମୋମିନ୍ଦପୁର ପଂଚାୟତର ବୁରଣା ଗାଁ ନିବାସୀ ରନକୀ ଦେବୀ , ଘରେ ଏକ ଶୌଚାଳୟ ତିଆରି କରିବା ପାଇଁ ୬ ମାସ ପୂର୍ବରୁ ତାଙ୍କ ସ୍ୱାମୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ତାଙ୍କ କଥା ଶୁଣି ନଥିଲେ । ଅନ୍ୟପଟେ ନିଜର ବଡ଼ ବଡ଼ ଝିଅଙ୍କ କଷ୍ଟ ଦେଖିପାରୁ ନଥିଲେ ରନକୀ ଦେବୀ । ତାଙ୍କ କହିବା ଅନୁସାରେ ଶୌଚ ପାଇଁ ତାଙ୍କୁ ସବୁବେଳେ ବାହରକୁ ଯିବା ପାଇଁ ପଡ଼ୁଥିଲା । ବିଶେଷକରି ବର୍ଷା ଦିନରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଏହା ବ୍ୟତୀତ ଅନେକ ଖରାପ ପ୍ରବୃତ୍ତି ର ଲୋକଙ୍କ ଶିକାର ହେବାକୁ ମଧ୍ୟ ପଡ଼ୁଥିଲା ।

ଏଥିଯୋଗୁଁ ରନକ ଦେବୀ ତାଙ୍କର ଗହଣା ବିକ୍ରିି କରି ଶୌଚାଳୟ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ । ଗରିବ ଓ ଦଳିତ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତାଙ୍କୁ କୌଣସି ସାହାଯ୍ୟ ମିଳିନାହିଁ । ତେବେ ରନକୀ ଦେବୀଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ ପରେ ବିଡ଼ିଓ ସମ୍ମାନିତ କରିବା ସହ ସରକାରଙ୍କ ତରଫରୁ ଶୌଚାଳୟ ତିଆରି କରିବାର ରାଶି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ରିବିବାର ଦିନ ଶୌଚାଳୟ ଦିବସ ଅବସରରେ ଫତୁହାର ଏକ ଗାଁରେ ସ୍ୱୟଂ ସହାୟକ ସମୂହର ମହିଳାମାନେ ଶୌଚାଳୟ ମୁକ୍ତ ଗାଁ ପାଇଁ ଶପଥ ଗ୍ରହଣ ସମାରୋହ ଆୟାଜନ କରିଥିଲେ । ଯେଉଁଠି ବିଡ଼ିଓ ରବିଶ କୁମାର ରନକୀ ଦେବୀଙ୍କୁ ସମ୍ମାନିତ କରିଛିନ୍ତି ଏବଂ ତାଙ୍କୁ ରୋଲ ମଡ଼େଲ କରିବା ପାଇଁ କଥା ଦେଇଛନ୍ତି ।