ଦଶହରା ଓ ରାବଣପୋଡିରେ ଶୃଙ୍ଖଳା ରକ୍ଷା ପାଇଁ ଚାଲିଥିଲା ପୋଲିସ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ! କିନ୍ତୁ ଶୋଇ ପଡିଥିଲେ ପୋଲିସ ବାବୁ ।

54

କନକ ବ୍ୟୁରୋ : ଶୋଇ ପଡିଲା କାନୁନ୍ । ଗୁରୁତ୍ୱପୂର୍ଣ୍ଣ ମିଟିଂରେ ଶୋଇ ପଡିଲେ ପୋଲିସ ଅଧିକାରୀ । ଘଟଣା ଘଟିଛି ବିହାର ରାଜଧାନୀ ପାଟଣାରେ । ଦଶହରା ପାଇଁ ଗୁରୁତ୍ୱପୂର୍ଣ ମିଟିଂ ଚାଲୁଥିବା ବେଳେ ନିଜ ସିଟରେ ଶୋଇ ପଡିଥିଲେ ପୋଲିସ ଅଧିକାରୀ । ପାଟଣା ଜ୍ଞାନଭବନରେ ଦଶହରା ଓ ରାବଣପୋଡିରେ ଶୃଙ୍ଖଳା ରକ୍ଷା ପାଇଁ ହେଉଥିଲା ପୋଲିସ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ ମିଟିଂ । ଆଉ ଏହି ଗୁରୁତ୍ୱପୂର୍ଣ ବୈଠକରେ ଯୋଗ ଦେଇଥିଲେ ରାଜ୍ୟର ବହୁ ବରିଷ୍ଠ ଅଧିକାରୀମାନେ ।

ଦୁର୍ଗାପୂଜା ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ବହୁ ଆଇପିଏସ ଅଧିକାରୀ ଏଥିରେ ସାମିଲ ହୋଇଥିଲେ । କିନ୍ତୁ ବିଡମ୍ବନାର କଥା ହେଉଛି ଶାନ୍ତି ଶୃଙ୍ଖଳା ରକ୍ଷା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ନିଜ ଆସନରେ ଶୋଇ ପଡିଥିଲେ କିଛି ବରିଷ୍ଠ ପୋଲିସ ଅଧିକାରୀ । ଆଉ ଏପରି ଦୃଶ୍ୟ କ୍ୟାମେରାରେ କଏଦ୍ ହେବା ପରେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଯଦି ପୋଲିସ ଅଧିକାରୀ ଏହିପରି ଭାବେ ନିଜ ଦାୟିତ୍ୱ ପାଳନ କରନ୍ତି ତେବେ ଆଇନ ଶୃଙ୍ଖଳା କିପରି ଚାଲିବ ତାହା ସହଜରେ ଅନୁମାନ କରାଯାଇପାରେ ।