କୁକୁର ମୃତ୍ୟୁରେ କାନ୍ଦିଲା ପୁରା ଗାଁ ! ସମ୍ମାନ ସହ ହେଲା ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ

140

ପାଟଣାରେ ଘଟିଛି ଅଭାବନୀୟ ଘଟଣା । ଏକ ଶବଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ଲୋକ । ତେବେ ଏହି ଶବଯାତ୍ରା କୌଣସି ମଣିଷର ନୁହେଁ ଥିଲା ଗୋଟିଏ କୁକୁରର । ଯିଏ ସମସ୍ତଙ୍କର ପ୍ରିୟ ଥିଲା । ପ୍ରିୟ କୁକୁରର ମୃତ୍ୟୁ ପରେ ଲୋକମାନେ ପୁରା ରୀତିନୀତିରେ ସମ୍ମାନ ସହ ଶବ ସତ୍କାର କରିଥିଲେ ।

ଏହି ଘଟଣା ଘଟିଛି ପୟାଟଣା ନବାଦାର ବାରାପାଣ୍ଡେୟା ଗାଁରେ ଥିଲା ଗୋଲୁ ନାମକ କୁକୁର । ସେ ପୁରା ଅଂଚଳରେ ଲୋକଙ୍କର ପ୍ରିୟ ଥିଲା । ଗୋଟିଏ ଥର ଡାକରେ ଆସିବା ସହ କହିଥିବା ଅନୁସାରେ ସବୁବେଳେ କାମ କରୁଥିଲା । ରାତିରେ କୌଣସି ଅପରିଚିତ ବ୍ୟକ୍ତିଙ୍କୁ ଘରକୁ ପଶେଇ ଦେଉନଥିଲା । ଆଉ ତା’ପାଇଁ ଖୁବ ଅଚିନ୍ତାରେ ଶୋଇପାରୁଥିଲେ ଗାଁ ଲୋକେ ।

ଗତରାତି ତା’ର ମୃତ୍ୟୁ ହୋଇଯାଇଛି । ଆଉ କୁକୁର ଗୋଲୁର ମୃତ୍ୟୁରେ ପୁରା ଗାଁରେ ଶୋକାକଳ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଗୋଲୁର ମୃତ୍ୟୁରେ ମହିଳାମାନେ ଓ ପିଲାମାନେ ଅଧିକ କାନ୍ଦୁଛନ୍ତି । ସାରା ଜୀବନ ଗାଁର ସେବା କରିଥିବାରୁ କୁକୁରକୁ ସମ୍ମାନ ସହ ଅନ୍ତିମ ସଂସ୍କାର କରିଥିଲେ ଗ୍ରାମବାସୀ ।