ମାଛ ବ୍ରିକି କଲେ ହେବ ଜେଲଦଣ୍ଡ ଏବଂ ମାଛ ୧୦ ଲକ୍ଷ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ । ତେବେ ଦେଶର ସବୁ ସ୍ଥାନରେ ନୁହେଁ ବିହାରର ପାଟଣା ସହରରେ ଏପରି ନିୟମ କରାଯାଇଛି । ବିହାରରେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସୁଥିବା ମାଛ ବିକ୍ରି ଉପରେ ୧୫ ଦିନ ପର୍ଯ୍ୟନ୍ତ ରୋକ ଲଗାଇ ଦିଆଯାଇଛି । ତେବେ ଏହା ପୁରା ରାଜ୍ୟରେ ନୁହେଁ କେବଳ ପାଟଣା ନଗର ନିଗମ ପାଇଁ ନିୟମ ହୋଇଛି । ଯଦି କେହି ମାଛ ବିକ୍ରି କରୁଥିବାର ଦେଖାଯାଏ, ତେବେ ସାତ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବା ସହ ଦଶ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ ଅନୁସାରେ ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଓ ବିହାର କିଛି ମାଛ ନମୁନା ଯାଂଚ ହୋଇଥିଲା । ଯାଂଚ ରିପୋର୍ଟରୁ ଜଣାପଡ଼ିଛି ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସୁଥିବା ମାଛ ଖାଇବା ଯୋଗଁ ନୁହେଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ମାଛକୁ କୋଲକାତର ଏକ ଲାବରେ ଯାଂଚ କରାଇଥିଲା ବିହାର ସରକାରଙ୍କ ପଶୁପାଳନ ବିଭାଗ । ଯାଂଚରୁ ଜଣାପଡ଼ିଲା ମାଛ ନମୁନାରେ କ୍ଷତିକାରକ ଫର୍ମାଲଇନ ମିଶିଛି । ଏହି ମାଛ ଖାଇଲେ କ୍ୟାନସର ହେବାର ଭୟ ରହଥାଏ । ତେଣୁ ଯାଂଚ ରିପୋର୍ଟ ଆସିବା ପରେ ଏହି ମାଛ ବିକ୍ରି ଉପରେ ରୋକ ଲଗାଯାଇଛି ।
ଫର୍ମାଲିନ୍ ମିଶା ମାଛ ଖାଇଲେ କ’ଣ ହୁଏ ?
-ଏହି କେମିକାଲ ଅଳ୍ପ ମାତ୍ରାରେ ଶରୀରକୁ ଗଲେ ସାଂଘାତିକ୍ ପେଟ ରୋଗ ହୁଏ
– ଫର୍ମାଲିନ୍ ଯୋଗୁଁ ଚର୍ମ ରୋଗ ହେବାର ମଧ୍ୟ ଆଶଙ୍କା ରହିଛି
– ଏହି କେମିକାଲର ପରିମାଣ ଅଧିକ ହେଲେ କ୍ୟାନସର ହେବାର ମଧ୍ୟ ଆଶଙ୍କା ରହିଛି
ସଜ ମାଛର ଏଭଳି ଚାଂଚଲ୍ୟକର ସତ ସାମ୍ନାକୁ ଆସିବା ପରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି କେଉଁ ମାଛରେ ରହିଛି ବିଷ, ତାହା ଆପଣ ଜାଣିବେ କେମିତି ?
-ମାଛରେ ‘ଫର୍ମାଲ୍ ଡିହାଇଡ’ମିଶାଯାଇଥିଲେ ଏହା ସାଧାରଣ ମାଛ ଠାରୁ ଅଧିକ ଟାଣୁଆ ଲାଗିବ
-କେମିକାଲ ମିଶା ମାଛକୁ ଚୋବାଇବା ସମୟରେ ଏହା ରବର ଭଳି ଲାଗିବ
-କେମିକାଲ ମିଶା ମାଛର କାତି ମଧ୍ୟ ସଜ ମାଛ ଠାରୁ ଅଧିକ ଟାଣୁଆ
-ମାଛର ଗାଲି ଅତ୍ୟଧିକ ଲାଲ ଓ ଆଖି ଅଧିକ ସଫା
-ମାଛ ଭାଜିବା ସମୟରେ ଯେଉଁ ବାସ୍ନା ଆସେ, କେମିକାଲ ମିଶା ମାଛର ବାସ୍ନା ତା’ଠାରୁ ଭିନ୍ନ ରହିବ
-ଜିଅନ୍ତା ମାଛରେ କୌଣସି କେମିକାଲ ମିଶାଯାଇନଥିବା ସମ୍ଭାବନା ଅଧିକ