ଚାଷ ଜମିରେ ଚାଲିଲା ଡଙ୍ଗା, ଚିନ୍ତାରେ ଚାଷୀକୂଳ : ପ୍ରାକୃତିକ ବିପର୍ଯ୍ୟୟ ପରେ ଭଙ୍ଗା ଘରକୁ ସଜାଡିବାର ବ୍ୟସ୍ତ ବନ୍ୟା ବିପନ୍ନ

58

କନକ ବ୍ୟୁରୋ : ଚାଷୀର ଦୁଃଖ ପାଲଟିଛି ଗହଗା ପାଟ । ବର୍ଷା ପାଣି ନିଷ୍କାସନ ହୋଇନପାରି ଚାଷ ଜମିରେ ଜମି ରହିବା ଫଳରେ ନଷ୍ଟ ହୋଇଛି ହଜାର ହଜାର ହେକ୍ଟର ଧାନ ଚାଷ । ନଦୀରେ ବନ୍ୟା ପାଣି ଜଳ ପ୍ରବାହିତ ହେଉଥିବାରୁ ସ୍ଲୁଇସ୍ ଗେଟ ବନ୍ଦ ହୋଇ ରହିଛି । ଫଳରେ ଦିନ କେଇଟା ଭିତରେ ଅମଳ ହେବାକୁ ଥିବା ଧାନ କ୍ଷେତରେ ଡଙ୍ଗା ଚାଲୁଛି ।

ଧାନ ବିଲରେ ଜମି ରହିଛି ବର୍ଷା ପାଣି । ବିଲରେ ଅଂଟାଏ ଅଂଟାଏ ପାଣି ଭର୍ତ୍ତି ହୋଇ ରହିଥିବା ବେଳେ ଧାନ କେଣ୍ଡା ସବୁ ପାଣିରେ ବୁଡି ରହିଛି । ସ୍ଥିତି ଏଭଳି ହୋଇଛି ଯେ, ଧାନ ବିଲରେ ଡଙ୍ଗା ଚାଲୁଛି । କେନ୍ଦ୍ରାପଡା ମର୍ଶାଘାଇ ବାଘୁଣୀ ନଦୀରେ ଲୁଣା ବନ୍ଧର ସ୍ୱଇସ୍ ଗେଟ୍ ବନ୍ଦ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମାର୍ଶାଘାଈ ବ୍ଲକ ନାରାୟଣପୁର ଗାଁ ନିକଟରେ ବାଘୁଣୀ ନଦୀର ଲୁଣା ନଦୀ ବନ୍ଧରେ ନିର୍ମାଣ ହେଇଛି ଏକ ସ୍ଲୁଇସ୍ ଗେଟ୍ । ଏହି ଗେଟ୍ ଦେଇ ମାର୍ଶାଘାଈ ବ୍ଲକର ପରକୁଳା, ରାଘବପୁର, ବଛରାଇ, ମେହେନ୍ଦିନଗର, ଆଖୁଆ ଏବଂ ଗରଦପୁର ବ୍ଲକର ନଡିଆବରାଇ ଏବଂ ତିକନପୁର ପଂଚାୟତର ହଜାର ହଜାର ହେକ୍ଟର ଚଷ ଜମିରୁ ବର୍ଷା ପାଣି ନିଷ୍କାସିତ ହୋଇଥାଏ । ତେବେ ବର୍ତମାନ ବାଘୁଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଲୁଣା ବଂଧ ସୁଇସ୍ ଗେଟ୍ ବନ୍ଦ ରହିଛି । ଫଳର ଏସବୁ ଅଂଚଳର ଚାଷ ଜମିରେ ୧୦ ଫୁଟର ପାଣି ଜମି ରହିଛି ।

କେନ୍ଦ୍ରାପଡା ଡ୍ରେନେଜ୍ ଡିଭିଜନ୍ ଅଧିନରେ ଥିବା ଗହଗା ପାଟର ବର୍ଷା ପାଣି ନିଷ୍କାସନ ସମସ୍ୟା ଜଳସେଚନ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଦିର୍ଘ ଦିନର ଏହି ସମସ୍ୟାକୁ ସୁଧାରିବା ପାଇଁ ଦୁଇ ଦୁଇ ଥର ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଉଚ୍ଚସ୍ତରୀୟ ସର୍ଭେ ହୋଇଛି । ହେଲେ ସମସ୍ୟା ସୁଧୁରୁ ନଥିବା ଜଣାପଡିଛି । ସରକାର ଯଥାଶୀଘ୍ର ଗହଗା ପାଟର ସମସ୍ୟା ଦୂର କରିବା ପାଇଁ ଏକ ଦିର୍ଘମିଆଦି ଯୋଜନା ପ୍ରସ୍ତୁତ କରି ଚାଷୀଙ୍କର ଦୁଃଖ ଦୁର କରିବା ସହିତ କ୍ଷତିଗ୍ରସ୍ତ ଚାଷିଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।