ଦିନକ ପରେ ପାଟକୁରା ପରୀକ୍ଷା । କେତେଟାରୁ କେତେବେଳ ଯାଏଁ ଦେଇପାରିବେ ଭୋଟ୍, କିଭଳି ରହିଛି ପ୍ରସ୍ତୁତି ଜାଣନ୍ତୁ…

ପାଟକୁରାର ୨୮୭ଟି ସ୍ଥାନରେ ମୋଟ୍ ୩୦୯ଟି ଭୋଟ୍ ଦାନ କେନ୍ଦ୍ର ସ୍ଥାପନ ହୋଇଛି । ମୋଟ୍ ୧୦ ଜଣ ପ୍ରାର୍ଥୀ ଏହି ପାଟକୁରା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥି ମଧ୍ୟରୁ ୯ ଜଣ ପୁରୁଷ ଏବଂ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି ।

227

କନକ ବ୍ୟୁରୋ: ଦିନକ ପରେ ପାଟକୁରାରେ ପଡ଼ିବ ଭୋଟ୍ । ନିଜ ଅଞ୍ଚଳ ପାଇଁ ନେତା ବାଛିବେ ପାଟକୁରାବାସୀ । ତେବେ ଏନେଇ ପ୍ରସ୍ତୁତି ଶେଷ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ କୁହାଯାଇଛି । ତେବେ ପାଟକୁରାର ୨୮୭ଟି ସ୍ଥାନରେ ମୋଟ୍ ୩୦୯ଟି ଭୋଟ୍ ଦାନ କେନ୍ଦ୍ର ସ୍ଥାପନ ହୋଇଛି ।

ମୋଟ୍ ୧୦ ଜଣ ପ୍ରାର୍ଥୀ ଏହି ପାଟକୁରା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥି ମଧ୍ୟରୁ ୯ ଜଣ ପୁରୁଷ ଏବଂ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି । ଯେଉଁଠି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ସାବ୍ୟସ୍ତ କରିପାରିବେ ମତଦାତା । ପାଟକୁରାର ମୋଟ୍ ୨ଲକ୍ଷ ୪୭ ହଜାର ୭୪୭ଜଣ ଭୋଟର ଆସନ୍ତା ୨୦ ତାରିଖ ଦିନ ମତଦାନ ସାବ୍ୟବସ୍ତ କରିବେ । ସେଥିମଧ୍ୟରୁ ୧ଲକ୍ଷ ୨୭ ହଜାର ୪୩୧ ଜଣ ପୁରୁଷ, ୧ ଲକ୍ଷ ୭ ହଜାର ୩୦୬ ଜଣ ମହିଳା ଏବଂ ୧୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।

ସେହିଭଳି ଭୋଟ୍ ଗ୍ରହଣ ବ୍ୟବସ୍ଥାକୁ ସୁରୁଖୁରରେ ଚଳାଇବା ପାଇଁ ୬୩୨ ଜଣ ପୋଲିଂ ଅଧିକାରୀ ମହଜୁଦ୍ ରହିବେ । ସେପଟେ ପାଟକୁରାର ୧୩୮ଟି ସମ୍ବେଦନଶୀଳ ବୁଥ୍ ପାଇଁ ସ୍ୱତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ । ଏହାସହ ସେଗୁଡ଼ିକରେ ଭିଡିଓଗ୍ରାଫିର ବ୍ୟବସ୍ଥା କରାଯାଇଛି । ୪୦ଟି ସିସିଟିଭି ମଧ୍ୟ ଲଗାଯାଇଛି । ଆଉ ସବୁଠାରୁ ଗୁରୁପୂର୍ଣ୍ଣ ବିଷୟ ହେଲା କି, ମୋଟ୍ ୩୦୯ ପୋଲିଂ ଷ୍ଟେସନରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍ ସରଞ୍ଜାମ ସହ ଜରୁରୀକାଳୀନ ବ୍ୟବହାର ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ।

ସେହିଭଳି ନିକଟରେ ସାଧାରଣ ନିର୍ବାଚନ ଶେଷ ହୋଇଥିବାରୁ କେନ୍ଦ୍ରାପଡ଼ା ସାଂସଦ ପାଇଁ ପାଟକୁରାରେ ଭୋଟ୍ ପଡ଼ିଥିଲା । ତେଣୁ ଆସନ୍ତା ୨୦ ତାରିଖ ଦିନ ହେବାକୁଥିବା ମତଦାନରେ ଭୋଟରଙ୍କ ବାମ ହାତର ମଧ୍ୟମ ଅଙ୍ଗୁଳୀରେ ଅଲିଭା କାଳୀ ପ୍ରୟୋଗ କରାଯିବ । ଯଦି କୌଣସି ମତଦାନ କେନ୍ଦ୍ରରେ ପୁନଃନିର୍ବାଚନ ଆବଶ୍ୟକ ପଡ଼େ ତେବେ ମତଦାତାଙ୍କ ଅନାମିକା ଅଙ୍ଗଳୀରେ ଅଲିଭା କାଳିର ପ୍ରୟୋଗ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।