ପାଟକୁରା ବିଜେପି ମିଶ୍ରଣ ପର୍ବରେ ଉତ୍ତେଜନା । ଦୁଇ ଗୋଷ୍ଠୀ ମୁହାଁମହିଁ । ବିଜୟ ମହାପାତ୍ରଙ୍କୁ ଡକାଯାଇନଥିବାରୁ ମଂଚରେ ଭଙ୍ଗାରୁଜା କଲେ ସମର୍ଥକ

33

କନକ ବ୍ୟୁରୋ : ବିଜେପି ମିଶ୍ରଣ ପର୍ବରେ ମୁହାଁମୁହିଁ । ପାଟକୁରା ଗରଦପୁରରେ ବିଜେପିର ମିଶ୍ରଣ ପର୍ବରେ ଦେଖା ଦେଇଛି ଉତ୍ତେଜନା। କେନ୍ଦ୍ରାପଡା ଜିଲ୍ଲା ପାଟକୁରାର ଗରଦପୁରରେ ବିଜେପିର ମିଶ୍ରଣ ପର୍ବରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ମିଶ୍ରଣ ପର୍ବକୁ ଆସିଥିବା କର୍ମୀଙ୍କୁ ଘଉଡାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସମର୍ଥକ । ଏହା ସହ ସେମାନେ ମଂଚକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ବିଜୟ ମହାପାତ୍ରଙ୍କ ସମର୍ଥକଙ୍କ ସହ ବିଜେପିର ଅନ୍ୟ ଗୋଷ୍ଠୀର ସମର୍ଥକଙ୍କ ଜୋରଦାର ଗଣ୍ଡଗୋଳ ହୋଇଛି । ଫଳରେ ଉତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।

ପାଟକୁରା ବିଜେପି ମିଶ୍ରଣ ପର୍ବରେ ଉତ୍ତେଜନା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଦଳର ନିଷ୍ପତି ଅନୁସାରେ ଲୋକ ମିଶୁଛନ୍ତି । କିଏ ବିରୋଧ କରୁଛି ସେ ନେଇ ଅନୁସନ୍ଧାନ କରାଯିବ ଏବଂ ଯିଏ ଦୋଷୀ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୋଲକ ମହାପାତ୍ର କହିଛନ୍ତି ।