ପୁରୀରେ କାଳବୈଶାଖୀର ତାଣ୍ଡବ : ଛିଣ୍ଡିଲା ପତିତପାବନ ବାନା

96

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ପୁରୀରେ କାଳବୈଶାଖୀର ତାଣ୍ଡବ । ଗତକାଲିର ବର୍ଷା ପବନରେ ଛିଡି ଯାଇଛି ପତିତପାବନ ବାନା । ଏହାସହ ନୀଳଚକ୍ରରେ ପତିତପାବନ ବାନା ବାନ୍ଧିବା ପାଇଁ ଥିବା ବାଉଁଶ ମଧ୍ୟ ଭାଙ୍ଗି ଯାଇଛି । ଯାହାକୁ ନେଇ ଜଗନ୍ନାଥପ୍ରେମୀ ଚିନ୍ତାରେ ପଡିଛନ୍ତି । ୧୯୯୯ ମହାବାତ୍ୟା ସାଙ୍ଗକୁ ଫାଇଲିନ୍ ଓ ହୁଡହୁଡ ଭଳି ବାତ୍ୟାରେ ନୀଳଚକ୍ରରେ କୌଣସି କ୍ଷତି ପହଂଚି ନଥିବା ବେଳେ କାଳବୈଶାଖୀ ପ୍ରଭାବରେ ନୀଳଚକ୍ର ଶ୍ରୀହିନ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଶ୍ରଦ୍ଧାଳୁ ।