ରୋଡ଼ ରୋମିଓଙ୍କୁ ପେଟେଂଟ ମେଡ଼ିସିନ୍ ! ମହାଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ, ୨ କିଲୋମିଟର ଆଣ୍ଠେଇ ଆଣ୍ଠେଇ ଚାଲିଲେ ଯୁବକ

31

କନକ ବ୍ୟୁରୋ : ରୋଡ଼ ରୋମିଓଙ୍କୁ ପେଟେଂଟ ମେଡ଼ିସିନ୍ । ମହାଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ । ୨ କିଲୋମିଟର ଆଣ୍ଠେଇ ଆଣ୍ଠେଇ ଚାଲିଲେ ରୋଡ଼ ରୋମିଓ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀରେ । ରାଣୀ ଶୁକଦେଇ ମହାବିଦ୍ୟାଳୟର ଜଣେ ଛାତ୍ରୀ ଘରକୁ ଫେରୁଥିବା ବେଳେ ଯୁବକ ଜଣକ ତାଙ୍କୁ ଅସଦାଚରଣ କରିଥିଲେ । ପରେ ଛାତ୍ରୀ ଜଣକ ନିଜ ଘର ଲୋକଙ୍କୁ ଡ଼ାକିଥିଲେ । ପରିବାର ଲୋକ ଯୁବକଜଣକୁ ବାଡ଼େଇବା ସହ ୨ କିଲୋମିଟର ଆଣ୍ଠେୁଇ ଆଣ୍ଠେଇ ଚଲେଇଥିଲେ । କାନ ଧରି ଖରାରେ କଂକ୍ରିଟ ରାସ୍ତାରେ ଚାଲିଛି ଛାତ୍ରୀଙ୍କୁ ଅସଦାଚାରଣ କରିଥିବା ଯୁବକ ।