ସ୍ତ୍ରୀଙ୍କୁ ଶଗଡରେ ବୋହିନେଲେ ସ୍ୱାମୀ : ନବୀନଙ୍କ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ?

53

ଅନୁଗୁଳ : ବିଚିତ୍ର ବ୍ୟବସ୍ଥାକୁ ଉପହାସ କଲେ ବିଚିତ୍ରା ବେହେରା । ରାଜ୍ୟ ସରକାରଙ୍କ ମାଗଣା ଆମ୍ବୁଲାନ୍ସ ସେବା ୧୦୨ ଓ ୧୦୮କୁ ଅପେକ୍ଷା ନକରି ଶଗଡରେ ସ୍ତ୍ରୀଙ୍କୁ ବୋହିନେଲେ ହସ୍ପିଟାଲ । ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂର ଗୋଡିସାହିରେ ଜାତକ ବେହେରାଙ୍କୁ ତାଙ୍କ ସ୍ୱାମୀ ବିଚିତ୍ରା ବେହେରା ଶଗଡରେ ୭ କିଲୋମିଟର ବୋହି ନେଇଥିଲେ ।

ଅଭାବୀ ବୃଦ୍ଧ ଦମ୍ପତି ଖଟିଖିଆ ହୋଇଥିବାବେଳେ କିଛିଦିନ ତଳେ ସ୍ତ୍ରୀ ଜାତକଙ୍କୁ ଭୀଷଣ ଜ୍ୱର ଓ ଅଂଟା ବିନ୍ଧା ହେବା କାରଣରୁ ତାଙ୍କୁ ହସ୍ପିଟାଲ ନେବା ପାଇଁ ସ୍ଥିର କଲେ ବିଚିତ୍ରା । ହେଲେ ପାଖରେ ସମ୍ବଳ ନଥିବାରୁ ନିଜ ଶଗଡ ଗାଡିରେ ପଡୋଶୀଙ୍କ ବଳଦକୁ ଯୋଚି ଡାକ୍ତରଖାନା ନେଇଥିଲେ।

ହେଲେ ହସ୍ପିଟାଲରେ ଡାକ୍ତର ନଥିବାରୁ ସେଠାରୁ ଫେରି ମହୀଧରପୁରସ୍ଥିତ ଏକ ମେଡିସିନ ଦୋକାନକୁ ମେଡିସିନ ନେଇ ଘରକୁ ଫେରିଥିବା ଜଣାପଡିଛି । ତେବେ ଏହି ଚିତ୍ର ପୁଣି ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ମାଗଣା ଆମ୍ବୁଲାନ୍ସ ସେବା ଚଳାଇଛନ୍ତି ହେଲେ ଏହା ଗରିବ, ଅସହାୟ ଲୋକଙ୍କ ନିକଟରେ ପହଂଚି ପାରୁଛି ତ,ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନ୍ୟୁଜ ସହିତ ଦେଖନ୍ତୁ ଏହି କରୁଣ ଚିତ୍ରର ଭିଡିଓ :