‘ମୋ ସରକାର’ର ମୁଖା ଖୋଲିଲା ମେଡିକାଲ ! କାମାକ୍ଷାନଗର ହସ୍ପିଟାଲରୁ ଆସିଲା ସାଂଘାତିକ ଚିତ୍ର, ରୋଗୀଙ୍କୁ ଦିଆଯାଉଛି ସଢା ପାଉଁରୁଟି ସହ ପଚା କ୍ଷୀର । 

646

କନକ ବ୍ୟୁରୋ : ‘ମୋ ସରକାର’ର ମୁଖା ଖୋଲିଲା ସରକାରୀ ମେଡିକାଲ । କାମାକ୍ଷାନଗର ହସ୍ପିଟାଲରୁ ସାମ୍ନାକୁ ଆସିଲା ସାଂଘାତିକ ଚିତ୍ର । ମୋ ସରକାରର ନାରା ଦେଇ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଅଚାନକ ପରିଦର୍ଶନରେ ଯାଇ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାର ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କାମାକ୍ଷାନଗର ମେଡିକାଲର ଏହି ଘଟଣା ସରକାରଙ୍କ ଯୋଜନାରେ ବଡ ପ୍ରଶ୍ନବାଚୀ ଲଗାଇଦେଇଛି ।

ରୋଗୀଙ୍କୁ ଭଲ ଭାବେ ଚିକିତ୍ସା କରାଯାଉନଥିବା ବେଳେ ଯେଉଁ ଖାଦ୍ୟ ସେମାନଙ୍କୁ ଖାଇବାକୁ ଦିଆଯାଉଛି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସଢା ପାଉଁରୁଟି ସାଙ୍ଗକୁ ରୋଗୀଙ୍କୁ ଦିଆଯାଉଛି ପଚା କ୍ଷୀର । ଖାଇବେ କଣ ମୁହଁ ପାଖକୁ ନେଲା ବେଳକୁ ଗନ୍ଧ ହେଉଛି ଖାଦ୍ୟ । କିଛି ଏଭଳି ଅଭିଯୋଗ କରିଛନ୍ତି ମେଡିକାଲରେ ଥିବା ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟମାନେ ।

ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ପାଇଁ ଗତକାଲି ସୁନ୍ଦରଗଡ ସିଡିଏମଓଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିବା ବେଳେ କାମାକ୍ଷାନଗରର  ଏହି ଚିତ୍ର ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛି । ଆଉ ସବୁଠୁ ବଡ ପ୍ରଶ୍ନ ଉଠୁଛି, ହସ୍ପିଟାଲର ଏଭଳି ସ୍ୱାସ୍ଥ୍ୟସେବା ପାଇଁ କିଏ ଦାୟୀ । ଆଉ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେବେ ସରକାର ।