ଏଣିକି ପେପର ଲେସ ହେବ ରୋଗୀ ସେବା ! ଲୋକଙ୍କ ସ୍ୱାସ୍ଥ୍ୟ ସୁବିଧା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ନେଇ ରାଜ୍ୟ ସରକାରଙ୍କ ପ୍ରୟାସ

33

କନକ ବ୍ୟୁରୋ: ଏଣିକି ପେପର ଲେସ ହେବ ରୋଗୀ ସେବା । ଲୋକଙ୍କ ପାଇ ଥିବା ସ୍ୱାସ୍ଥ୍ୟ ସୁବିଧା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ  ପ୍ରଦାନ କରିବା ପାଇଁ ପ୍ରୟାସ କରିବେ ରାଜ୍ୟ ସରକାର । ଯାହାଦ୍ୱାରା ସ୍ୱାସ୍ଥ୍ୟ ସେବାର ସପୂର୍ଣ୍ଣ ବିବରଣୀ କମ୍ପ୍ୟୁଟରୀକରଣ କରାଯିବା । ରୋଗୀ ମଧ୍ୟ ଅନଲାଇନରେ ନିଜ ନାମ ପଂଜିକରଣ କରାଇ ନିଜର ସ୍ୱାସ୍ଥ୍ୟବସ୍ଥା ସଂପର୍କିତ ରେକର୍ଡକୁ ଅନଲାଇନ ଓ ମୋବାଇଲ ଆପ ଜରିଆରେ ଡାଉନଲୋଡ କରିପାରିବେ । କେଉଁ ଡାକ୍ତର ପୂର୍ବରୁ କଣ ପରାମର୍ଶ ଦେଇଛନ୍ତି, ରୋଗୀ କେଉଁ ପରୀକ୍ଷା କରାଇଛନ୍ତି ଓ ଏହାର ରିପୋର୍ଟ ଇତ୍ୟାଦି ସୂଚନା ସ୍ୱୟଂଚାଳିତ ପଦ୍ଧତିରେ ସହଜରେ ଜଣାପଡିବ । ତାହା ସହିତ ଡାକ୍ତର ଓ ଫାର୍ମାସିଷ୍ଟମାନଙ୍କୁ କାଗଜପତ୍ରରେ ରେକର୍ଡ ଲେଖିବା ନିମନ୍ତେ ସମୟ ବିନିଯୋଗ କରିବାକୁ ପଡିବ ନାହିଁ । ସ୍ୱାସ୍ଥ୍ୟ ସେବାର ମାନ ବୃଦ୍ଧି ପାଇଁ  ବିଭିନ୍ନ ପ୍ରକାର  ଇ- ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯିବ । ଯେମିତିକି ଇ-ନିରାମୟ, ଇ-ବ୍ଲଡ ବ୍ୟାଙ୍କ ଓ ଇ- ଭିଆଇଏନର ପ୍ରଚଳନ କରାଯିବ ।

ଏହି ବ୍ୟବସ୍ଥା ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ଏସ୍‌ସିବି ମେଡିକାଲ କଲେଜରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ପରବର୍ତୀ ସମୟରେ ରାଜ୍ୟ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଜଣାପଡ଼ିଛି । ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍‌ସ କମ୍ପ୍ୟୁଟିଂ ବା ସିଡିଏସି ନୋଇଡା ଏଥିପାଇଁ ବୈଷୟିକ ସହାୟତା ପ୍ରଦାନ କରିବ।

ଓଇଏଚ୍‌ଏମ୍‌ଆଇଏସ୍‌ ଜରିଆରେ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସେବା ତଥା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ସଂପୂର୍ଣ୍ଣ ବିବରଣୀ କମ୍ପ୍ୟୁଟରୀକୃତ ଦ୍ୱାରା ରେକର୍ଡ ହୋଇ ରହିବ। ଅନଲାଇନ୍‌ ବ୍ୟବସ୍ଥାରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କିତ ସୂଚନା, କେଉଁ ଡାକ୍ତର ପୂର୍ବରୁ କ’ଣ ପରାମର୍ଶ ଦେଇଛନ୍ତି, ରୋଗୀ କେଉଁ ପରୀକ୍ଷା କରାଇଛନ୍ତି ଓ ଏହାର ରିପୋର୍ଟ ପ୍ରଭୃତି ସଂପର୍କିତ ସୂଚନା ସ୍ୱୟଂଚାଳିତ ପଦ୍ଧତିରେ ସହଜରେ ଜଣାପଡ଼ିବ। ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ କାଗଜପତ୍ରରେ ରେକର୍ଡ ଲେଖିବା ପାଇଁ ଆଉ ସମୟ ବିନିଯୋଗ କରିବାକୁ ପଡ଼ିବ ନାହିଁ ।

ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅତ୍ୟାବଶ୍ୟକ ଔଷଧ ତାଲିକାଭୁକ୍ତ ତଥା ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ଔଷଧ ଅନୁଯାୟୀ ଡାକ୍ତରୀ ପ୍ରେସକ୍ରିପସନ୍‌ ଲେଖାଯାଉଛି କି ନାହିଁ ଜାଣିବା ପାଇଁ କରାଯାଉଥିବା ପ୍ରେସ୍‌କ୍ରିପସନ୍‌ ଅଡିଟ୍‌ ବ୍ୟବସ୍ଥାର ସହଜରେ ଯାଞ୍ଚ ହୋଇପାରିବ। ଏହି ବ୍ୟବସ୍ଥାରେ ରୋଗୀ ଅନ୍‌ଲାଇନରେ ନିଜ ନାମ ପଞ୍ଜୀକରଣ କରାଇ ନିଜ ସ୍ୱାସ୍ଥ୍ୟ ସଂପର୍କିତ ରେକର୍ଡକୁ ଅନ୍‌ଲାଇନ ଓ ମୋବାଇଲ ଆପ୍‌ ଜରିଆରେ ଡାଉନ୍‌ଲୋଡ୍‌ କରିପାରିବେ ।