ଦେବ ସ୍ନାନ ପରେ ଜ୍ୱରରେ ଠାକୁର : ଶ୍ରୀମନ୍ଦିରରେ ଏବେ ପଟିଦିଅଁଙ୍କୁ ଦେଖୁଛନ୍ତି ଭକ୍ତ

153

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଏଣିକି ଆଉ ରତ୍ନବେଦୀରେ ଦେଖାଦେବେ ନାହିଁ ଶ୍ରୀଜିଉ । ଗତକାଲି ସ୍ନାନଯାତ୍ରାରେ ଅଧିକ ଗାଧୋଇବା ପରେ ତିନିଠାକୁରଙ୍କୁ ଜ୍ୱର । ଏଭଳି ମାନବୀୟ ଲୀଳା ପ୍ରଦର୍ଶନ କରୁଛନ୍ତି ଶ୍ରୀଜଗନ୍ନାଥ । ଆଜିଠାରୁ ଅଣସର ଗୁପ୍ତ ସେବା ଆରମ୍ଭ ହୋଇଛି । ଶ୍ରୀଜିଉଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ଦର୍ଶନ ଦେଉଛନ୍ତି ପଟିଦିଅଁ । ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଓ ପରାମର୍ଶ ଅନୁସାରେ ଚାଲିଛି ରୀତିନୀତି ।