ଜନପଥକୁ ଫେରିଲା ମସ୍ତି : ରାଜଧାନୀ ରାଜରାସ୍ତାରେ ଆରମ୍ଭ ହେଲା ‘ପଥୋତ୍ସବ’

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ସକାଳୁ ପୁଣି ଜମିଛି ରାଜଧାନୀ ରାଜରାସ୍ତାରେ ଗହଳି । ରାସ୍ତା ଉପରେ ଆରମ୍ଭ ହୋଇଯାଇଛି ନାଚ, ଗୀତ ଓ ଖେଳକୁଦ । ଏଥର ରାହଗିରି ବଦଳରେ ଚାଲିଛି ପଥ ଉତ୍ସବ । ଟ୍ୟାଗ୍ ଲାଇନ୍ ରହିଛି ଆମ ସହର ଆମ ରାସ୍ତା । ବଦଳିଛି ନାଁ ହେଲେ ସେହି ଅନୁଭୁତି ।

ଦୀର୍ଘ ୨୭ ସପ୍ତାହ ସଫଳତାର ସହ ଆୟୋଜନ ପରେ ରାହଗିରି ବନ୍ଦ ହୋଇଥିଲା । ଏହାପରେ ଏକ ନୂଆ ଓଡିଆ ନାଁରେ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଥିଲ। । ଲୋକେ ହ୍ୱାଟ୍ସ ଅପ୍, ଫେସବୁକ୍, ଚିଠି ଓ ମେସେଜ ମାଧ୍ୟମରେ ମତାମତ ଦେଇଥିଲେ । ତାପରେ ବଦଳିଛି ନାଁ ।