ସକାଳୁ ସକାଳୁ ପଥ ଉତ୍ସବର ମଜା ନେଉଛନ୍ତି ରାଜଧାନୀବାସୀ । ରାସ୍ତା ଉପରେ ଗାଉଛନ୍ତି ନାଚୁଛନ୍ତି ଦର୍ଶକ

ଆଜି ସକାଳୁ ସକାଳୁ ଭୁବନେଶ୍ୱର ଜନପଥରେ ଜମିଛି ମସ୍ତି

73
କନକ ବ୍ୟୁରୋ : ଆଜି ସକାଳୁ ସକାଳୁ ଭୁବନେଶ୍ୱର ଜନପଥରେ ଜମିଛି ମସ୍ତି ।  ଲଗାତାର ତୃତୀୟ ରବିବାରରେ ଆରମ୍ଭ ହୋଇଛି ପଥ ଉତ୍ସବ । ମାଷ୍ଟରକ୍ୟାଂଟିନ ଛକରୁ ରାମମନ୍ଦିର ଛକରେ ନନଷ୍ଟପ ମନୋରଞ୍ଜନ ଚାଲିଛି । ପଥ ଉତ୍ସବର ମୁଖ୍ୟ ଆକର୍ଷଣ ପାଲିଟିଛି ନାଚ, ଗୀତ କଳା ଓ ଖାଦ୍ୟ । ତେବେ ଏପରି ଉତ୍ସବକୁ ଲୋକମାନେ ମଧ୍ୟ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ତେବେ ଗୀତର ତାଳେ ତାଳେ ଯୁବକମାନେ ନାଚୁ ଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ପଜାଂବୀ ଡ୍ୟାନ୍ସ ଗ୍ରୁପର ନାଚକୁ ଦର୍ଶନମାନେ ପସନ୍ଦ କରୁଥିବା ସହ ସେମାନଙ୍କ ଭଳି ନାଚିବା ମଧ୍ୟ ଦେଖାଯାଇଥିଲା । ଶୀତୁଆ ସକାଳରେ କୋହଲା ପାଗରେ ଶତାଧିକ ଲୋକ ଆଜି ଜନପଥରେ ପହଂଚି ଏହି ଉତ୍ସବ ଦେଖୁଛନ୍ତି । କେବଳ ଯୁବକମାନେ ନୁହେଁ ବରଂ ମହିଳାଙ୍କଠାରୁ ଆରମ୍ଭ କରି ବୟସ୍କମାନେ ସମସ୍ତେ ମସଗୁଲ ହୋଇଥିବା ଦେଖିବାକୁ ମିଳିଛି । ହକି ବିଶ୍ୱକପ ଚାଲୁଥିବା କାରଣରୁ ଭିଡ ମଧ୍ୟ ବେଶ ରହିଛି । ତାହା ସହ ରବିବାର ସାଙ୍ଗକୁ ଆଜି ହକି ବିଶ୍ୱକପର ଫାଇନାଲ ମ୍ୟାଚ ଥିବାରୁ ଅନ୍ୟ ଦିନ ଅପେକ୍ଷା ଆଜି ଅଧିକ ଭିଡ ରହିଛି । ତେବେ ବିଏମସି ପକ୍ଷରୁ ଯୁବପୀଢିଙ୍କୁ ମନୋରଞ୍ଜନ ଦେବା ପାଇଁ ପ୍ରତ୍ୟେକ ରବିବାର ଏହି ପଥ ଉତ୍ସବ ଆୟୋଜିତ ହେଉଛି ।

Comments are closed.