ଏବେ ଓଡ଼ିଶାରେ ମିଳିବ ପତଞ୍ଜଳି ସିମ୍ ! ଜାଣନ୍ତୁ କେଉଁ କେଉଁ ଷ୍ଟୋରରେ ଏହି ସିମ ଉପଲବ୍ଧ ହେବ

27

କନକ ବ୍ୟୁରୋ : ଓଡିଶାରେ ମିଳିବ ପତଞ୍ଜଳି ସିମ୍ । ପୂର୍ବରୁ ବିଏସଏନଏଲ – ପତଞ୍ଜଳିର ମିଳିତ ସହଭାଗିତାରେ ସିମ୍ ଆସିବା ନେଇ ଯୋଗଗୁରୁ ବାବା ରାମଦେବ ଘୋଷଣା କରିଥିବା ବେଳେ ଓଡିଶାରେ ଏହି ସିମ୍ ଓ ନୂଆ ବ୍ରଡବ୍ୟାଣ୍ଡ ପ୍ଲାନର ଉଦଘାଟନ କରାଯାଇଛି । ମୁଖ୍ୟ ମହାପ୍ରବନ୍ଧକ ସତ୍ୟାନନ୍ଦ ନାୟକ ଓ ପତଞ୍ଜଳିର ଓଡିଶା ପ୍ରଭାରୀ ସୁଧାଂଶୁ ଶେଖର ଅଧିକାରୀ ଏହାକୁ ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୪୪ ପ୍ଲାନରେ ସବୁ ନେଟୱାର୍କକୁ କଲିଂ ସହ ଦିନକୁ ୧୦୦ ଏସଏମଏସ ଓ ୨ଜିବି ଡାଟା ୩୦ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ଗ୍ରାହକ । ତେବେ ଏହା କେବଳ ପତଞ୍ଜଳି ପରିବାର ପାଇଁ ଉପଲବ୍ଧ । ସାଧାରଣ ଗ୍ରାହକ ଚାହିଁଲେ ୧୦୦ଟଙ୍କାଦେଇ ସ୍ୱଦେଶୀ ସମୃଦ୍ଧି କାଡ ନେବା ପରେ ଏହି ସିମ୍ ବ୍ୟବହାର କରିପାରିବେ । ଅନ୍ୟପକ୍ଷରେ ଏହି ସିମ ବ୍ୟବହାରକାରୀମାନଙ୍କ ପାଇଁ ଦୁର୍ଘଟଣା ଜନିତ ସହାୟତା ୫ ଲକ୍ଷ ପର୍ଯ୍ୟନ୍ତ ରହିଛି ।

ଭାରତର କୋଣ ଅନୁକୋଣରେ ପତଞ୍ଜଳିର ଏହି ସେବା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ସିମ ଗୁଡ଼ିକ ପତଞ୍ଜଳି ମେଗା ଷ୍ଟୋର, ପତଞ୍ଜଳି ଚିକିତ୍ସାଳୟ, ପତଞ୍ଜଳି ଆରୋଗ୍ୟ କେନ୍ଦ୍ର ଓ ବିଏସଏନଏଲର ଜିଲ୍ଲା ଅଫିସରେ ଏହି ସିମ ଉପଲବ୍ଧ ହେବ ।