ପୁଣି ଥରେ ଲଂଚ ହେଲା ପତଞ୍ଜଳୀର କିମ୍ଭୋ ଆପ୍ ! ହ୍ୱାଟସଆପ୍ ସହ ହେବ କଡ଼ା ଟକ୍କର

37

ସ୍ୱାଧୀନତା ଦିବସ ଅବସରରେ ପତଞ୍ଜଳୀ ପୁଣି ଥରେ ଲଂଚ କରିଛି କିମ୍ବୋ ଆପ୍ । ପୂର୍ବରୁ ଲଂଚ ହୋଇଥିଲା ରାମଦେବ ବାବାଙ୍କ କିମ୍ଭୋ ଆପ୍ । କିନ୍ତୁ କୌଣସି ତ୍ରୁଟିବଶତଃ ଏହି ମେସେଜିଙ୍ଗ ଆପକୁ ବନ୍ଦ କରିଦିଆଯାଇଥିଲା । କୁହାଯାଉଛି ହ୍ୱାଟସଆପକୁ କଡ଼ା ଟକ୍କାର ଦେବ ସ୍ୱଦେଶୀ କିମ୍ଭୋ ଆପ୍ । ଏହି ଆପର ଅପଡ଼େଟ୍ ଫିଚର ସହ ଗୁଗଲ ପ୍ଲେଷ୍ଟୋର ସହ ଆଇଓଏସ୍ ଆପ୍ ଷ୍ଟୋରରେ ୨୭ ଅଗଷ୍ଟରେ ଉପଲବ୍ଧ କରାଯିବ । ପତଞ୍ଜିଳୀ ଆୟୁର୍ବେଦର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣ ଟ୍ୱିଟ୍ ଜରିଆରେ ଏନେଇ ସୂଚନା ଦେଇଛନ୍ତି । ଏହାସହ ସେ ଟ୍ୱିଟରରେ ଆପ୍ ଡାଉନଲୋଡ଼୍ କରିବା ପାଇଁ ଲିଙ୍କ୍ ମଧ୍ୟ ଦେଇଛନ୍ତି । ଏବଂ ଏହି ସ୍ୱଦେଶୀ ଆପ୍ ନେଇ ଲୋକଙ୍କ ପରାମର୍ଶ ମାଗିଛନ୍ତି ।

KIMBHO App

ଆଚାର୍ଯ୍ୟ ବାଳକୃଷ୍ଣ ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନ ଜଣାଇବା ସହ ପତଞ୍ଚଳୀ ପରିବାର ଉପରେ ବିଶ୍ୱା ଥିବାନେଇ ଲୋକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ କହିଛନ୍ତି ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ କିମ୍ଭୋ ଆପ୍ ସହ ଡିଜିଟାଲ ସ୍ୱାଧୀନତା ପାଳନ କରନ୍ତୁ । ସୂଚନା ଅନୁସାରେ ତେବେ ଅଗଷ୍ଟ ୨୭ ରେ ବିଧିବଦ୍ଧ ଭାବେ ଏହି ଆପକୁ ଲଂଚ କରାଯିବ । ତେଣୁ ଆପର ଲଂଚ ପୂର୍ବରୁ ସେ ଲୋକଙ୍କ ମତାମତ ଲୋଡ଼ିଛନ୍ତି ।

ହ୍ୱାଟସଆପ ଏବଂ କିମ୍ଭୋ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ବାବା ରାମଦେବଙ୍କର ଏହି ମେସେଜିଙ୍ଗ ଆପର ସିଧାସଳଖ ଟକ୍କର ହେବ । ହ୍ୱାଟସଆପ ଭଳି ଭିଡିଓ କଲିଙ୍ଗ ଫିଚର୍ସ ସହ ଏହି ଆପରେ ବ୍ୟବହାରକାରୀ ଟେକ୍ସଟ, ମେସେଜ, ଭିଡିଓ, ଫଟୋ ଏବଂ ଅଡିଓ କ୍ଲିପ ସାଙ୍ଗସାଥୀଙ୍କ ସେୟାର କରିପାରିବେ । ଏହି ଆପରେ ଲୋକେସନ ସେୟାର କରିବାର ଫିଚର୍ସ ମଧ୍ୟ ରହିଛି ।