ଶହେ ପ୍ରତିଶତ ବଢୁଛି ପତଞ୍ଜଳିର ବ୍ୟବସାୟ ! ୨ ବର୍ଷ ମଧ୍ୟରେ ହେବ ସବୁଠାରୁ ବଡ ବ୍ରାଣ୍ଡ

23

କନକ ବ୍ୟୁରୋ : ୧୦ ହଜାର କୋଟି ଟପିଲା ପତଞ୍ଜଳି’ର ଟର୍ଣଓଭର । ଏକଥା ନିଜେ କହିଛନ୍ତି ପତଞ୍ଜଳିର ପ୍ରତିଷ୍ଠାତା ଯୋଗଗୁରୁ ବାବା ରାମଦେବ । ପତଞ୍ଜଳିର ବ୍ୟବସାୟ ଶହେ ପ୍ରତିଶତ ହାରରେ ବୃଦ୍ଧି ହେଉଛି । ଏହା ଏବେ ୧୦ ହଜାର ୫୬୧ କୋଟି ଟଙ୍କାରେ ପହଂଚିଥିବା କହିଛନ୍ତି ବାବା ରାମଦେବ । ପତଞ୍ଜଳିର ବାର୍ଷିକ ଉତ୍ପାଦନ କ୍ଷମତା ଏବେ ୩୦ରୁ ୪୦ ହଜାର କୋଟି ଟଙ୍କା ରହିଛି ।

ଆସନ୍ତା ବର୍ଷ ଏହା ୬୦ ହଜାର କୋଟିରେ ପହଂଚିବ । ନୋଏଡାରେ ଏକ ୟୁନିଟ୍ ତିଆରି ହେବ । ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ୨୦ରୁ ୨୫ ହଜାର କୋଟି ଟଙ୍କା ମଧ୍ୟରେ ରହିବ । ଆସନ୍ତା ବର୍ଷେ ଦୁଇ ବର୍ଷ ମଧ୍ୟରେ ପତଞ୍ଜଳି ଦେଶର ସବୁଠୁ ବଡ ବ୍ରାଣ୍ଡ୍ ହେବ ବୋଲି ମଧ୍ୟ ରାମଦେବ କହିଛନ୍ତି । ଏହା ସହ ପତଞ୍ଜଳି ସାମଗ୍ରୀକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ମୁସଲିମ୍ ଲୋକଙ୍କୁ କୁହାଯାଉଛି ଯେ ପତଞ୍ଜଳିର ସବୁ ଉତ୍ପାଦରେ ଗୋମୁତ୍ର ମିଶାଯାଉଛି । କିନ୍ତୁ ଯେଉଁଥିରେ ଗୋମୁତ୍ର ମିଶାଯାଏ ତାହା ସେହି ସାମଗ୍ରୀ ଉପରେ ଲେଖା ଯାଇଥାଏ ବୋଲି କହିଛନ୍ତି ରାମଦେବ ।