ରାମଦେବଙ୍କୁ ଝଟକା ! ବିସ୍କୁଟରେ ସିନ୍ଥେଟିକ୍ ରଙ୍ଗ ଏବଂ ମହୁରେ ମିଳିଲା ଚିନି

102

ପତଞ୍ଜଳୀ ସାମଗ୍ରୀ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍ । କାରଣ ପତଞ୍ଜଳୀ ବିସ୍କୁଟରେ ସିନ୍ଥେଟିକ୍ ରଙ୍ଗ ଏବଂ ମହୁରେ ମିଶାଯାଉଛି ଚିନି । ଲକ୍ଷ୍ନୌର ଏକ ଲ୍ୟାବରେ ଟେଷ୍ଟ୍ ହେବା ପରେ ଏହି ସାଂଘାତିକ୍ ରିପୋର୍ଟ ସାମ୍ନାକୁ ଆସିଛି । ତେବେ ଏନେଇ କମ୍ପାନୀକୁ ନୋଟିସ୍ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଅଧିକାରୀ ।

ଗତ ବର୍ଷ ଡିସେମ୍ବର ମାସରେ ଲକ୍ଷ୍ନୌ ବିଘାପୁର ସ୍ଥିତ ଅନେକ ଦୋକାନରେ ଚଢାଉ କରାଯାଇଥିଲା । ଏହି ଚଢାଉବେଳେ ପତଞ୍ଜଳୀର ମେରୀ ବିସ୍କୁଟ୍ ଏବଂ ମହୁର ନମୁନା ଯାଂଚ୍ ପାଇଁ ପଠାଯାଇଥିଲା । ତେବେ ୬ ମାସ ପରେ ଯାଂଚ୍ ରିପୋର୍ଟ ଆସିଲା ପରେ ଜଣାପଡିଲା ବିସ୍କୁଟରେ ସିନ୍ଥେଟିକ୍ ରଙ୍ଗ ଏବଂ ମହୁରେ ଚିନିର ମାତ୍ରା ମିଳିଛି ।

ପତଞ୍ଜଳୀର ମେରୀ ବିସ୍କୁଟ୍ ପ୍ୟାକେଟରେ ଶତ ପ୍ରତିଶତ ଅଟାରେ ତିଆରି କରାଯାଉଥିବା ଲେଖାହୋଇଥିବା ବେଳେ ଏଥିରେ ମଇଦା ସହ ସିନ୍ଥେଟିକ୍ ରଙ୍ଗ ମିଶାଯାଉଛି । ଅନ୍ୟପଟେ ମହୁରେ ଚିନି ମିଶାଯାଉଛି । ପ୍ରଥମେ ପତଞ୍ଜଳୀ ନୁଡୁଲ୍ସ ଏବଂ ଆମଲା ଜୁସ୍ ପରେ ଏବେ ବିସ୍କୁଟ୍ ଆଉ ମହୁରେ ମିଶ୍ରଣ ଅଭିଯୋଗ । ଯାହା ଯୋଗଗୁରୁ ରାମଦେବଙ୍କୁ ଦେଇଛି ଝଟକା ।

ସୌଜନ୍ୟ : ଅମରଉଜାଲା