ବିଦେଶୀ କମ୍ପାନୀକୁ ଟକ୍କର ଦେବ ପତଞ୍ଜଳୀ ! ମାର୍କେଟକୁ ଆସିବ ସ୍ୱଦେଶୀ ଜିନ୍ସ ।

55

ଯୋଗ ଗୁରୁ ବାବା ରାମଦେବ ଓହ୍ଲାଇବାକୁ ଯାଉଛନ୍ତି ଗାରମେଂଟ୍ ଇଣ୍ଡଷ୍ଟ୍ରୀରେ । ୨୦୧୯ରେ ଆରମ୍ଭ ହେବ ପତଞ୍ଜଳୀ ଜିନ୍ସ ଓ ଏଥିନିକ୍ ୱେୟାରର ବିକ୍ରି । ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଆଗାମୀ ବର୍ଷ ଗାରମେଂଟ୍ କାରବାର ଆରମ୍ଭ କରିବାକୁ ଯାଉଥିବା ଘୋଷଣା କରିଛନ୍ତି । ଅର୍ଥାତ ୨୦୧୯ରେ ଲୋକମାନେ ବଜାରରେ ପତଞ୍ଜଳୀର ଗାରମେଂଟ ମଧ୍ୟ ଦେଖିବାକୁ ପାଇପାରିବେ ।

ଖୁବ ଶୀଘ୍ର ବଜାରକୁ ଆସିବ ପତଞ୍ଜଳି ବ୍ରାଣ୍ଡର ପୋଷାକ । ପତଞ୍ଜଳି ଜିନ୍ସ ସହ ମାର୍କେଟରେ ପାରମ୍ପରିକ ପୋଷାକ ମିଳିବ । ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିର ଆଉ ଏକ ପ୍ରଡକ୍ଟ ବଜାରରେ ପ୍ରବେଶ କରିବ । ପୂର୍ବରୁ ପତଞ୍ଜଳିର ଖାଦ୍ୟ ପଦାର୍ଥ, ବିୟୁଟି ପ୍ରଡକ୍ଟ, ସାମ୍ପୋ ଇତ୍ୟାଦି ବଜାରରେ ବେଶ୍ ଲୋକପ୍ରିୟ ହୋଇଛି । ଆଉ ଏବେ ପତଞ୍ଜଳି କମ୍ପାନୀର ପୋଷାକ ମାର୍କେଟକୁ ଆସିବ ବୋଲି ଶୁଣାଯାଉଛି । ବିଜ୍ଞାପନ ଏଜେନ୍ସି ଆସୋସିଏସନ ଅଫ ଇଣ୍ଡିଆ ତରଫରୁ ଆୟୋଜନ କରାଯାଇଥିବା ଗୋଆ ଫେଷ୍ଟ-୨୦୧୮ରେ ଯୋଗ ଦେଇଥିବା ଅବସରରେ ଏମିତି କିଛି ସୂଚନା ଦେଇଛନ୍ତି ବାବା ରାମଦେବ ।

ଗୋଆରେ ଏହି ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାମଦେବ କହିଛନ୍ତି ଯେ ୨୦୧୯ ମସିହା ବେଳକୁ ବଜାରରେ ପତଞ୍ଜଳି କମ୍ପାନୀର ପୋଷାକ ମିଳିବ । ଜାକେଟ, ଜିନ୍ସ ଭଳି ଆଧୁନିକ ଶୈଳୀର ପୋଷାକ ସହ ପତଞ୍ଜଳି ବ୍ରାଣ୍ଡ ର ପାରମ୍ପରିକ ପୋଷାକ ମଧ୍ୟ ମିଳିବ । ସବୁ ବର୍ଗର ଲୋକଙ୍କ ପାଇଁ ଏହି କମ୍ପାନୀ ପୋଷାକ ତିଆରି କରିବ । ବିଶେଷ କରି ବିଭିନ୍ନ ଖେଳ ପାଇଁ ବ୍ୟବହାର ହେଉଥିବା ପୋଷାକ ମଧ୍ୟ ପତଞ୍ଜଳି ତିଆରି କରିବା ମଧ୍ୟ ସୂଚନା ରହିଛି ।

ଇ-କମର୍ସ କ୍ଷେତ୍ରରେ ପାଦ ଥାପିଥିବା କମ୍ପାନୀ ପତଞ୍ଜଳି ଭାରତରେ ବେଶ୍ ଲୋକପ୍ରିୟ । ଏହି ଅନୁସାରେ ବର୍ଷକୁ ବର୍ଷ କମ୍ପାନୀର ଟର୍ଣ୍ଣଓଭର ମଧ୍ୟ ବଢିବାରେ ଲାଗିଛି । ଆଉ ଆଶା କରାଯାଉଛି ଯଦି ୨୦୧୯ ମସିହା ସୁଦ୍ଧା ଗାର୍ମେଣ୍ଟ ବ୍ୟବସାୟ କ୍ଷେତ୍ରରେ ବାବା ରାମଦେବଙ୍କ କମ୍ପାନୀ ପାଦ ରଖେ ତେବେ ଏହାର ବ୍ୟବସାୟ ଆହୁରି ବଢିବା ସହ କମ୍ପାନୀର ଟର୍ଣ୍ଣଓଭର ମଧ୍ୟ ବଢିବ ବୋଲି କୁହାଯାଉଛି ।