ପତଞ୍ଜଳି ଆରମ୍ଭ କରିବ ବ୍ରାଣ୍ଡେଡ୍‌ ପୋଷାକ ବ୍ୟବସାୟ !

29

ଖାଦ୍ୟ, ଔଷଧ ଏବଂ କସମେଟିକ୍ସ ବିକ୍ରିରେ ଅପାର ସଫଳତା ହାସଲ କରିଥିବା ଯୋଗଗୁରୁ ତଥା ବ୍ୟବସାୟୀ ବାବା ରାମଦେବ ଖୁବ୍‌ ଶୀଘ୍ର ବ୍ରାଣ୍ଡେଡ୍‌ ପୋଷାକ ବ୍ୟବସାୟ ଆରମ୍ଭ କରିବେ । ପୋଷାକ ଷ୍ଟୋର୍‌ ଗୁଡ଼ିକରେ ପତଞ୍ଜଳି ପୋଷାକ ଖୁବ୍‌ ଶୀଘ୍ର ବିକ୍ରି ହେବ । ଏପ୍ରିଲ୍‌ ସୁଦ୍ଧା ପତଞ୍ଜଳି ପୋଷାକ ଷ୍ଟୋର୍‌କୁ ଆସିବ। କଂପାନି ଜିନ୍ସଠାରୁ ଆରମ୍ଭ କରି ପ୍ରାୟ ସବୁ ପ୍ରକାର ଆଧୁନିକ ପୋଷାକ ବିକ୍ରି କରିବାକୁ ଯୋଜନା ରଖିଛି । କେଉଁ ବ୍ରାଣ୍ଡ୍‌ ନାମରେ ପୋଷାକ ଗୁଡ଼ିକୁ ବିକ୍ରି କରାଯିବ ତାହା ଏ ପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ ।

ତେବେ ସ୍ୱଦେଶୀ ଏଜେଣ୍ଡା ନେଇ କାରବାର କରୁଥିବା ପତଞ୍ଜଳି ପୋଷାକ ବ୍ରାଣ୍ଡ୍‌ର ନାମ ‘ପରିଧାନ’ ରଖିପାରେ ବୋଲି ଚର୍ଚ୍ଚା ହେଉଛି । କଂପାନି ପକ୍ଷରୁ ପୁରୁଷ, ମହିଳା ଏବଂ ଶିଶୁମାନଙ୍କ ପାଇଁ ପୋଷାକ ବିକ୍ର କରାଯିବ ବୋଲି କଂପାନିର ପ୍ରବକ୍ତା ଏସ୍‌ କେ ତିଜରଓ୍ଵାଲା କହିଛନ୍ତି । ପୋଷାକ କାରବାରରେ ପ୍ରବେଶ କରିବାର ପ୍ରଥମ ବର୍ଷରେ କଂପାନି ୫୦୦୦ କୋଟି ଟଙ୍କାର ବେପାର କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟରେ ୨୦୧୮ ସୁଦ୍ଧା ୨୫୦ଟି ସ୍ୱତନ୍ତ୍ର ଷ୍ଟୋର୍‌ରେ ପତଞ୍ଜଳି ପୋଷାକ ବିକ୍ରି କରାଯିବ । ବଡ଼ ବଡ଼ ମଲ୍‌ ଏବଂ ଖଣି ଏବଂ ଗ୍ରାମୋଦ୍ୟୋଗ କମିସନ ଦ୍ୱାରା ପରିଚାଳିତ ଷ୍ଟୋର୍‌ ଗୁଡ଼ିକରେ ମଧ୍ୟ ପତଞ୍ଜଳି ଏହାର ପୋଷାକଗୁଡ଼ିକୁ ବିକ୍ରି କରିବାକୁ ଯୋଜନା ରଖିଛି ।