ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ପ୍ରୟାସ : ବଲାଙ୍ଗିର ସୁଲେକେଲାରେ ମିଠା ପ୍ୟାକେଟରେ ପ୍ରସାଧନ ସାମଗ୍ରୀ ଜବତ

59

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ପ୍ରାର୍ଥୀ ଆପଣଉଛନ୍ତି ବିଭିନ୍ନ ପ୍ରକାର ଉପାୟ । ଯାହା ଯେମିତି ହେଉ ନିଜ ଆଡରୁ ଭୋଟରଙ୍କ ଆକୃଷ୍ଟ କରିବାକୁ ପଡିବ । ଟଙ୍କା ବାଂଟିଲେ ଧରା ପଡିବାର ଭୟ ରହିଛି । ଏଥିପାଇଁ ମିଠା ପ୍ୟାକେଟରେ ପ୍ରସାଧନ ସାମଗ୍ରୀ ବାଂଟିବା ଉପାୟ ଆପଣେଇଛନ୍ତି ପ୍ରାର୍ଥୀ ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ । ମହିଳା ଭୋଟରଙ୍କୁ ନିଜ ବାଂଟିବା ପାଇଁ ନେବା ବେଳେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଜବତ କରିଛି ବେଲପଡା ପୋଲିସ । ୭ କାର୍ଟୁନ ପ୍ରସାଧନ ସାମଗ୍ରୀ ଭର୍ତି କାର୍ଟୁନ ପୋଲିସ ଜବତ କରିଥିବା ସୂଚନା ମିଳିଛି । ମହିଳାମାନେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର କସମେଟିକକୁ ମିଠା ପ୍ୟାକଟରେ ପୁରାଇ ଭୋଟରଙ୍କୁ ଦେବା ପାଇଁ ଅଣାଯାଇଥିଲା । ଯାହାକୁ ଜବତ କରିଛି ପୁଲିସ । ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରି ପ୍ରାର୍ଥୀମାନେ ମିଠା ପ୍ୟାକଟରେ ଏସବୁ ସାମଗ୍ରୀ ବାଂଟୁଥିବା ନେଇ ସୁଲେକେଲା ଗ୍ରାମବାସୀ ପୁଲିସକୁ ଅବଗତ କରାଇଥିଲେ ।

ଏହାସହ ଦେଖନ୍ତୁ ଏହି ଭିଡିଓ –