ମହାକାଳପଡାରେ ନିର୍ବାଚନୀ ହିଂସା : ପୋଷ୍ଟର ଚିରାକୁ ନେଇ ବିଜେଡି-ବିଜେପି କର୍ମୀଙ୍କ ସଂଘର୍ଷ

39

କନକ ବ୍ୟୁରୋ : କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ରାଜଗଡ ପଂଚାୟତର ଗୟାସପୁର ଗାଁରେ ନିର୍ବାଚନୀ ହିଂସା । ବିଜେଡି ଓ ବିଜେପି କର୍ମୀ ମଧ୍ୟରେ ପୋଷ୍ଟର ଚିରାକୁ ନେଇ ଘଟିଛି ସଂଘର୍ଷ । ବିଜେପି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣରେ ବିଜେଡି ସମର୍ଥକ ଗୋଟିଏ ପରିବାରର ୫ ଜଣ ଆହତ ହୋଇଛନ୍ତି ।

ଆହତମାନଙ୍କୁ ତୁରନ୍ତ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ପଠା ଯାଇଛି । ଆହତମାନେ ହେଲେ ଗୟାସପୁର ଗାଁର ରବୀନ୍ଦ୍ର ଲେଙ୍କା, ଅମୀୟ ଲେଙ୍କ. ପ୍ରଭାତି ଲେଙ୍କା, ଝିଅ ଜିନିଆ ଓ ସଂଜୟ ଲେଙ୍କା । ଖବର ପାଇ ମହାଳାକାଳପଡା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –