ପାସପୋର୍ଟ ସେବା ଆପ୍ ଆରମ୍ଭ କଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ : ଦେଶର ଯେକୌଣସି ସ୍ଥାନରୁ କରାଯାଇପାରିବ ଆବେଦନ

27

କନକ ବ୍ୟୁରୋ : ମୋଦି ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କ ପାଇଁ ଖୁସିଖବର । ଏବେ ଆପଣ ଘରେ ବସି ପାସପୋର୍ଟ ତିଆରି କରିବା ପାଇଁ ଆବେଦନ କରିପାରିବେ । ପାସପୋର୍ଟ ତିଆରି ସରିବା ପରେ ତାହା ଆପଣଙ୍କ ଘରେ ପହଞ୍ଚିଯିବ । ନିଜେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ସୂଚନା ଦେଇଛନ୍ତି ।

ଆରମ୍ଭ ହେଲା ପାସପୋର୍ଟ ସେବା ଆପ୍ । ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଦିଲ୍ଲୀରେ ଆଜି ଏହି ଆପ୍ ପ୍ରଚଳନ କରିଛନ୍ତି । ଆପ୍ ଜରିଆରେ ଦେଶର ଯେକୌଣସି କୋଣରୁ ପାସପୋର୍ଟ ପାଇଁ ଆବେଦନ କରାଯାଇପାରିବ ବୋଲି ସୁଷମା କହିଛନ୍ତି । ଆପରେ ଦିଆଯାଇଥିବା ଠିକଣାରେ ହିଁ ପୁଲିସ୍ ଯାଂଚ୍ କରିବ ବୋଲି ସେ ସୂଚନା ଦେଇଛନ୍ତି । ଏହାପରେ ଦିଆଯାଇଥିବା ଠିକଣାରେ ପାସପୋର୍ଟ ଡେଲିଭରି କରାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ପାସପୋର୍ଟ ପାଇଁ ପାସପୋର୍ଟ କାର୍ଯ୍ୟାଳୟ ଆସିବାକୁ ପଡୁଥିଲା । ଏବେ ଘରେ ବସି ଆବେଦନ କରିହେବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍ । ଏହି ଆପ୍ ସମସ୍ତଙ୍କ ପାଇଁ ଉପଯୋଗୀ ପ୍ରମାଣିତ ହେବା ସେ କହିଛନ୍ତି ।

source : Indiatimes.com

 

ଅନ୍ୟପଟେ ତନଭି ସେଠ୍ ପାସପୋର୍ଟ ମାମଲାରେ ନୂଆ ମୋଡ଼ । ଲକ୍ଷ୍ନୌରେ ତନଭି ରହୁଥିବା ପ୍ରମାଣ ନପାଇ ଖାଲି ହାତରେ ଫେରିଲା ପୁଲିସ୍ । ପାସପୋର୍ଟ ପାଇଁ ତନଭି ଭୁଲ ତଥ୍ୟ ଦେଇଥିବା କୁହାଯାଉଛି । ପୂର୍ବରୁ ତନଭି ଲକ୍ଷ୍ନୌରେ ରହୁଥିବା ଦାବି କରୁଥିବା ବେଳେ କଲ ରେକର୍ଡରୁ ସେ ଜୁନ୍ ୧୪ ପୂର୍ବରୁ ନୋଇଡ଼ାରେ ରହୁଥିବା ପୁଲିସ ପ୍ରମାଣ ହାସଲ୍ କରିଛି । କେବଳ ପାସପୋର୍ଟ ତିଆରି ପାଇଁ ତନଭି ଲକ୍ଷ୍ନୌ ଆସିଥିବା ପୁଲିସ ଜାଣିବାକୁ ପାଇଛି । ଅନ୍ୟପଟେ ଏନେଇ ପୁଲିସର ଖୋଳତାଡ଼ ଜାରି ରହିଛି । ଯଦି ଦେଇଥିବା ତଥ୍ୟ ଭୁଲ ପ୍ରମାଣିତ ହୁଏ ତେବେ ତନଭିଙ୍କ ପାସପୋର୍ଟ ରଦ୍ଦ ହେବାର ସମ୍ଭାବନା ରହିଛି । କିଛି ଦିନ ପୂର୍ବରୁ ତନଭି ନିଜ ସ୍ୱାମୀ ଅନାସଙ୍କ ସହ ପାସପୋର୍ଟ ରିନ୍ୟୁ ପାଇଁ ଆସିଥିବାବେଳେ ତାଙ୍କୁ ଧର୍ମ ପରିବର୍ତନ ପାଇଁ କୁହାଯାଇଥିବା ଅଭିଯୋଗ କରିଥିଲେ । ଏହାପରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସହାୟତା ପାଇଁ ତନଭି ଟ୍ୱିଟ୍ କରିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ କର୍ତ୍ତୃପକ୍ଷ ।