ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଘୋଷଣା ! ଏଣିକି ହିନ୍ଦୀ ଭାଷାରେ ମଧ୍ୟ ଉପଲବ୍ଧ ହେବ ପାସପୋର୍ଟ

83

କନକ ବ୍ୟୁରୋ: ଏଣିକି ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ ହେବ ପାସପୋର୍ଟ । ପୂର୍ବରୁ ଥିବା ନିୟମାବଳୀକୁ ସଂଶୋଧନ ପରେ ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।

ପୂର୍ବରୁ କେବଳ ଇଂରାଜୀ ଭାଷାରେ ମିଳୁଥିଲା ପାସପୋର୍ଟ । ଏଥିସହ ପାସପୋର୍ଟ ଆବେଦନ ଫିସ୍ ୧୦ ପ୍ରତିଶତ କମ କରାଯାଇଛି । ଏହାଛଡା ପାସପୋର୍ଟ ଏଣିକି ଡାକଘରମାନଙ୍କରେ ସହଜରେ ମିଳିପାରିବ । ଏଥିପାଇଁ ୮୧୦ଟି ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ରକୁ ଚୟନ କରାଯାଇଛି ।