ଡାକଘରେ ମିଳିବ ପାସପୋର୍ଟ ! ଡାକ ବିଭାଗ ସହ ବୈଦେଶିକ ବିଭାଗର ମିଳିତ ଉଦ୍ୟମ

63

କନକ ବ୍ୟୁରୋ: ଏଣିକି ପାସପୋର୍ଟ ପାଇଁ ଅଧିକ ସମସ୍ୟା ଭୋଗିବାକୁ ପଡିବ ନାହିଁ । ଖୁବଶୀଘ୍ର ପୋଷ୍ଟ ଅଫିସରେ ମିଳିବାକୁ ଯାଉଛି ପାସପୋର୍ଟ । ଡାକ ବିଭାଗ ସହ ମିଳିତ ଭାବେ ଏ ନେଇ କାର୍ଯ୍ୟ ଆରମ୍ଭ କରିଛି ବୈଦେଶିକ ବ୍ୟାପାର ବିଭାଗ । ଦେଶର ମୁଖ୍ୟ ଡାକ ଘରଗୁଡିକ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଭାବେ କାର୍ଯ୍ୟ କରିବ ।

ଆଜି କର୍ଣ୍ଣାଟକର ମଇଶୂର ଏବଂ ଗୁଜରାଟର ଦାହୋଦରେ ଏହାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ । ଆବେଦନକାରୀ ପାସପୋର୍ଟ ପୋର୍ଟାଲରେ ଅନଲାଇନ୍ ଆବେଦନ କରିବେ । ଏହା ପରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ବା ପିଓପିଏସକେ ରେ ସମସ୍ତ ଫର୍ମାଲିଟି ପୂରଣ କରିବା ପରେ ତାଙ୍କ ପାସପୋର୍ଟ ଉପଲବ୍ଧ ହେବ ।

ଫଳରେ ପାସପୋର୍ଟ ଅଫିସ ଆଗରେ ଆଉ ଲମ୍ବାଲାଇନ ଲାଗିବ ନାହିଁ ବୋଲି ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି । ବାର୍ଥ ସାର୍ଟିଫିକେଟ ବଦଳରେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ୍, ଡ୍ରାଇଭିଙ୍ଗ୍ ଲାଇସେନ୍ସ, ପାନ କାର୍ଡ, ଆଧାର କାର୍ଡ, ଭୋଟର ଆଇ-କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ । ଏ ନେଇ ପୂର୍ବ ନିୟମକୁ କୋହଳ କରାଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ :