ହ୍ୱିଲଚେୟାରରେ ବସିଥିବା ଯୁବକଙ୍କୁ ବସ ରେ ସ୍ଥାନ ଦେଲେନି ଯାତ୍ରୀ, ତା’ପରେ ବସ୍ ଚାଳକ ଯେଉଁ କାମ କଲେ ତାହା ସ୍ୱାଗତଯୋଗ୍ୟ

ପ୍ୟାରିସ୍ ର ବସ୍ ଚାଳକଙ୍କୁ ଦିଆଗଲା ହିରୋର ସମ୍ମାନ

155

ବିଭିନ୍ନ ସମୟରେ ଆମେ ଏମିତି ଅନେକ ଲୋକଙ୍କୁ ଭେଟିଥାଉ ଯେଉଁମାନେ ଦୁର୍ଘଟଣାର ଶିକାର ହୋଇ ନିଜର ଶରୀରର ଅଙ୍ଗ ହରାଇଥାନ୍ତି । ଯଦି ସେଭଳି ଲୋକଙ୍କୁ ଆପଣ ବସରେ ଚଢ଼ୁଥିବାର ଦେଖିବେ, ତେବେ ନିଶ୍ଚୟ ତାଙ୍କୁ ଉପରକୁ ଯିବା ପାଇଁ ଜାଗା ଦେବା ସହ ତାଙ୍କୁ ଉପରକୁ ଆସିବା ପାଇଁ ସାହାଯ୍ୟ କରିବେ। କିନ୍ତୁ ପ୍ୟାରିସରେ ଏହାର ଠିକ୍ ଓଲଟା ଘଟିଛି ।

ସୂଚନା ମୁତାବକ, ଫ୍ରେଙ୍କୋଇସ୍ ଲେ ବେରେ ଚାଲିବାରେ ଅସମର୍ଥ ଥିବାରୁ ହ୍ୱିଲଚେୟାର ସାହାଯ୍ୟରେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥାନ୍ତି । କିନ୍ତୁ ଥରେ ସେ ବସରେ ଚଢ଼ିବା ପାଇଁ ଚେଷ୍ଟା କରୁଥିବା ବେଳେ ଭିତରେ ବସିଥିବା ଲୋକମାନେ ତାଙ୍କୁ ଉପରକୁ ଯିବା ପାଇଁ ଜାଗା ଦେଇ ନଥିଲେ । ଯାହା ଫଳରେ କିଛି ସମୟ ପର୍ଯ୍ୟନ୍ତ ସେ ବସ୍ ଭିତରକୁ ଯିବା ପାଇଁ ସଂଘର୍ଷ କରିଥିଲେ । ଏହା ଦେଖି ବସ ର ଚାଳକ ତଳକୁ ଓହ୍ଲାଇବା ସହ ସମସ୍ତ ଯାତ୍ରୀଙ୍କୁ ତଳକୁ ଆସିବା ପାଇଁ କହିଥିଲେ ।

ସବୁ ଯାତ୍ରୀ ତଳକୁ ଓହ୍ଲାଇବା ପରେ ଚାଳକଜଣଙ୍କ ଫ୍ରେଙ୍କୋଇସ୍ ବସ୍ ଭିତରକୁ ନେବା ସହ ଓହ୍ଲାଇଥିବା ସମସ୍ତ ଯାତ୍ରୀଙ୍କୁ ପଛରେ ଆସୁଥିବା ବସରେ ଆସିବା ପାଇଁ କହି ସେଠାରୁ ଚାଲି ଯାଇଥିଲେ । ଚାଳକଙ୍କ ଏଭଳି କାମର ପ୍ରଶଂସା କରି ଫ୍ରେଙ୍କୋଇସ୍ ଏକ ଟ୍ଵିଟ୍ କରିବା ପରେ ଏହି ଖବର ପ୍ରସାର ହୋଇଥିବା ଜଣାପଡ଼ିଛି ।