ରେଳ ମନ୍ତ୍ରାଳୟର ନୂଆ ନିୟମ ! ଏଣିକି ଟ୍ରେନ ବିଳମ୍ବ ହେଲେ ଟଙ୍କା ଫେରିପାଇବେ ଯାତ୍ରୀ

94

ଭାରତୀୟ ରେଳ ବିଭାଗ ତତ୍କାଳ ଟ୍ରେନ ଟିକେଟ ବୁକିଂରେ ନିୟମରେ କେତେକ ପରିବର୍ତ୍ତନ ଆଣିଛି । । ତତ୍କାଳ ଟିକେଟ ବୁକ କରିବା ପୂର୍ବରୁ ଆପଣ ପ୍ରଥମେ ଆଇଆରସିଟିସିର ୱେବସାଇଟ ଓ ରେଳ ବିଭାଗର ଇ-ଟିକେଟ ମାଧ୍ୟମରେ ଜାଣିପାରିବେ । ତତ୍କାଳ କୋଟାରେ ଟିକେଟ ବୁକିଂ କଲେ କୌଣସି ରିହାତି ମିଳିବ ନାହିଁ । ତା ସହ ସେମାନଙ୍କ ପାଇଁ ପ୍ରଥମ ଶେଣ୍ରୀ ଏସି କ୍ଲାସରେ ସିଟ ମନା । ତତ୍କାଳ ସୁବିଧା ମିଳିବାର ଗୋଟିଏ ମିନିଟ ଭିତରେ ଆପଣ ଟିକେଟ ବୁକିଂ କରିହେବ ।

ତତ୍କାଳ ଟିକେଟ ବୁକିଂ ସମୟ

ଟ୍ରେନରେ ଯାତ୍ରା କରିବାର ଗୋଟିଏ ଦିନ ଆଗରୁ ତକ୍ରାଳ ଟିକେଟ ବୁକିଂ କରିପାରିବେ । ଏସି କ୍ଲାସ ପାଇଁ ସକାଳ ୧୦ଟା ଓ ନନଏସି ପାଇଁ ସକାଳ ୧୧ଟାରୁ ଆପଣ ତତ୍କାଳ ଟିକେଟ ବୁକିଂ କରିପାରିବେ ।

ତତ୍କାଳ ରିଜର୍ଭେସନ ପାଇଁ କେତେ ଚାର୍ଜ ଦେବାକୁ ପଡିବ ?

ଟ୍ରେନରେ ଆପଣ ତତ୍କାଳଟିକେଟରେ ସର୍ବନିମ୍ନ ଶହେ କିଲୋମିଟର ଯାତ୍ରା ପାଇଁ ଆପଣଙ୍କୁ ସର୍ବନିମ୍ନ ଦଶଟଙ୍କା ଓ ସର୍ବାଧିକ ୧୫ ଟଙ୍କା ଶୁଳକ ଦେବା ଦେବାକୁ ପଡିବ । ସେହିପରି ତତ୍କାଳ ସ୍ଲିପରରେ ୫ଶହ କିଲୋମିଟର ଯାତ୍ରା ପାଇଁ ସର୍ବନିମ୍ନ ଶହେ ଟଙ୍କା ଓ ସର୍ବାଧିକ ୨ଶହ ଟଙ୍କା ଶୁଳକ ଦେବାକୁ ପଡିବ । ଏସି ଚେୟାର କାରରେ ଆପଣ ୨୫୦ କିଲୋମିଟର ଗଲେ ସର୍ବନିମ୍ନ ୧୨୫ ଓ ସର୍ବାଧିକ ୨୨୫ ଟଙ୍କା ଶୁଳକ ଦେବାକୁ ପଡିବ । ଏସି -୩ ଟାୟାରରେ୫ଶହ କିଲୋମିଟର ଗଲେ ସର୍ବନିମ୍ନ ୩ଶହ ଟଙ୍କା ଓ ସର୍ବାଧିକ ୪ଶହ ଟଙ୍କା ଶୁଳକ ଦେବାକୁ ପଡିବ । ଏସି -୨ ଟାୟାର ପାଇଁ ଯଥାକ୍ରମେ ୪ଶହ ଓ ୫ଶହ ଟଙ୍କା ଗ୍ରାହକଙ୍କୁ ଶୁଳକ ଦେବାକୁ ହେବ । ଏକଜିକ୍ୟୁଟିଭ କ୍ଲାସରେ ଯେଉଁମାନେ ସର୍ବନିମ୍ନ ୨୫୦ କିଲୋମିଟର ଯିବେ ସେମାନେ ଯଥାକ୍ରମେ ୪ଶହ ଓ ୫ଶହ ଟଙ୍କା ଶୁଳକ ଦେବାକୁ ହେବ । ଯେଉଁମାନଙ୍କର ତତ୍କାଳ ଟିକେଟ କନଫର୍ମ ହୋଇଥିବ ସେମାନେ ଟିକେଟ ବାତିଲ କଲେ ସେମାନଙ୍କୁ କୌଣସି ଟଙ୍କା ଫେରସ୍ତ କରାଯିବ ନାହିଁ ।

ୱେଟ ଲିଷ୍ଟ ଓ ଆରଏସିରେ ଥିବା ବ୍ୟକ୍ତିଙ୍କୁ ଟଙ୍କା ଫେରସ୍ତ କରାଯିବ

ଯେଉଁମାନେ ତତ୍କାଳ କୋଟାରେ ଆରଏସି କିମ୍ବା ୱେଟିଂ ଲିଷ୍ଟରେ ଥିବେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ଯଦି ସେହି ବ୍ୟକ୍ତିମାନେ ଅଧଘଂଟା ଆଗରୁ ସେମାନଙ୍କ ଟିକେଟ ବାତିଲ କରିବେ । ଯଦି ଟ୍ରେନ ତିନି ଘଂଟା ବିଳମ୍ବ କରିଛି ତେବେ ଆପଣ ପ୍ରକୃତ କାରଣ ଦର୍ଶାଇ ଟଙ୍କା ଫେରସ୍ତ ପାଇଁ ଆବେଦନ କରିପାରିବେ ।

ତତ୍କାଳ ରିଫଣ୍ଡ ନିୟମ

-ଯଦି ଟ୍ରେନ ତିନିଘଂଟା ବିଳମ୍ବରେ ଚାଲୁଥାଏ ।
-ଟ୍ରେନ ତାର ରୁଟ ପରିବର୍ତନ କରେ ଏବଂ ପାସେଂଜର ସେହି ରୁଟରେ ଯିବା ପାଇଁ ଇଚ୍ଛୁକ ନଥାଏ ।
-ଟ୍ରେନ ରୁଟ ପରିବର୍ତ୍ତନ କରିବାରେ ଯଦି ପାସେଂଜର ଓହ୍ଲାଇବାକୁ ଥିବା ଷ୍ଟେସନ ସେହି ରୁଟରେ ନପଡେ – ତତ୍କାଳ କୋଟାରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦିଆଯାଇଥିବା ଆକୋମୋଡେସନ ନମିଳିଲେ ସେମାନେ ରିଫଣ୍ଡ ପାଇଁ ଆବେଦନ କରିପାରିବେ ।
-ଯଦି ଯାତ୍ରୀ ଲୋୟର କ୍ଲାସରେ ଟିକେଟ ପାଇଥାଏ ଏବଂ ସେହି ଟିକେଟରେ ସେ ଯାତ୍ରା କରିବାକୁ ଚାହୁଁନଥାଏ ତେବେ ତାଙ୍କୁ ରିଫଣ୍ଡ କରାଯିବ ବୋଲି ରେଲ ବିଭାଗର ୱେବସାଇଟରେ ଉଲ୍ଲେଖ କରାଯାଇଛି ।

ଆଇଆରଟିସିର ନୂଆ ସୁବିଧା ମାଧ୍ୟମରେ କରିପାରିବେ ବୁକିଂ କରିପାରିବେ ତତ୍କାଳ ଟ୍ରେନ ଟିକେଟ

ଟ୍ରେନଯାତ୍ରୀଙ୍କ ପାଇଁ ଆଇଆରଟିସି ନୂଆ ପ୍ଲାନ ଆଣିଛି । ଯେଉଁମାନେ ଇ-ଟିକେଟ ମାଧ୍ୟମରେ ଟିକେଟ କାଟୁଥିବା ସେମାନେ ଅର୍ଥଶାସ୍ତ୍ର ଫିନଟେକର ‘ପେ ଲ୍ୟାଟର‘ରେ ଟଙ୍କା ପୈଠ କରିପାରିବେ । ପ୍ରଥମେ ଟିକେଟ ବୁକିଂ କରି ପରେ ଟଙ୍କା ଦେଇପାରିବେ । ଏଥିପାଇଁ ଇ-ଟିକେଟ କରୁଥିବା ସମୟରେ ପେ -ଲ୍ୟାଟର ଅପସନକୁ ଟିକ କରିବେ । ଏଥିପାଇଁ ଆପଣଙ୍କୁ ପେ-ଲ୍ୟାଟରରେ ରେଜିଷ୍ଟର କରିବାକୁ ପଡିବ । ଆଉ ଆପଣ ଟଙ୍କା ପୈଠ କରିବା ପାଇଁ ୧୪ ଦିନ ପାଇପାରିବେ ।