ଚଳନ୍ତା ଟ୍ରେନରୁ ସନ୍ତୁଳନ ହରାଇ ଖସିଲେ ଯୁବତୀ, ନିଜ ଜୀବନକୁ ବାଜି ଲଗାଇ ଯୁବକ ଜଣକ ଏଭଳି ବଂଚାଇଲେ

28

ମୁମ୍ବାଇ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଏକ ଝିଅର ଭିଡିଓ ସୋଶିଆଲ ମିଡିଆରେ ହେଉଛି ଭାଇରାଲ । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଝିଅ କାନରେ ଇୟରଫୋନ୍ ଲଗାଇଥିଲେ ଓ ଚଳନ୍ତା ଟ୍ରେନର ଗେଟ୍ ରେ ଛିଡା ହୋଇଥିଲେ । ହଠାତ୍ ସେହି ଟ୍ରେନ୍ ପାଖରୁ ଆଉ ଏକ ଟ୍ରେନ୍ ଅତିକ୍ରମ କରେ ଓ ଝିଅଟି ନିଜର ସନ୍ତୁଳନ ବଜାୟ ରଖିପାରିନ୍ତିନି । ସନ୍ତୁଳନ ବିଗିଡିବା ପରେ ଝିଅଟି ଟ୍ରେନ୍ ରୁ ତଳକୁ ଖସିବାକୁ ଲାଗୁଛି , ସେତେବେଳେଏକ ଯୁବକ ତାଙ୍କୁ ଧରି ପକାନ୍ତି ଓ ପୁରା ଶକ୍ତି ଲଗାଇ ଟ୍ରେନ୍ ଭିତରକୁ ଟାଣନ୍ତି ।

ଚଳନ୍ତା ଟ୍ରେନରୁ ଯୁବକ ପୁରା ସାହସର ସହିତ ସେହି ଝିଅକୁ ସୁରକ୍ଷିତ ଟ୍ରେନ୍ ମଧ୍ୟକୁ ଟାଣନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଯୁବକର ସାହସକୁ ପ୍ରଶଂସା କରୁଛନ୍ତି ।