ମେକ୍ସିକୋରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ : ୮୦ ରୁ ଅଧିକ ଆହତ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ବିମାନ କର୍ତ୍ତୃପକ୍ଷ

23

କନକ ବ୍ୟୁରୋ : ପୁଣି  ଯାତ୍ରୀବାହୀ ଦୁର୍ଘଟଣା ଗ୍ରସ୍ତ ହେଲା ବିମାନ । ବିମାନରେ ଥିବା ଯାତ୍ରୀମାନେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଡ୍ୟୁରାଙ୍ଗୋ, ମେକ୍ସିକୋ: ଉତ୍ତର ମେକ୍ସିକୋରେ ପ୍ରବଳ କୁଆପଥର ବର୍ଷା ହେଉଥିଲା । ତେବେ ଏହି ସମୟରେ ବିମାନଟି ଉଡିବା ଲାଗି ପ୍ରସ୍ତୁତ ହେଉଥିଲା । ତେବେ କୁଆପଥର ବୃଷ୍ଟି ସମୟରେ ଉଡ଼ାଣ ଆରମ୍ଭ କରିଥିବା ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିଅାଁ ଲାଗିଯିବାରୁ ଅନେକ ଲୋକ ଆହତ ହୋଇଛନ୍ତି ବୋଲି ସମ୍ପୃକ୍ତ ଏୟାରଲାଇନ ଓ ଯାତ୍ରୀମାନେ କହିଛନ୍ତି। ଡ୍ୟୁରାଙ୍ଗୋ ରାଜ୍ୟପାଳ ଜୋସ୍ ରୋଜାସ୍ ମିଲେନିଓ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଯାତ୍ରୀମାନେ କହିଲେ ଯେତେବେଳେ ଆକାଶରୁ ବିମାନ ଉଠିଲା ସେତେବେଳେ ହିଁ ସାଧାରଣ ବିମାନଠାରୁ ଏହା ସମାନ୍ୟ ଭାବରେ ଅଲାଗା ଥିଲା । ତେଣୁ ଆମେ ମାନେ ଡରି ଯାଇଥିଲୁ । ଗୋଟାଏ ବିଲରେ ପଡ଼ି ଧୂସର ଧୂଆଁ ରେ ଭରିଯାଇଥିବା ବିମାନରୁ ସାମାନ୍ୟ ଆହତ ହୋଇଥିବା ଲୋକେ ବାହାରି ଆସିଥିଲେ। ଆହତମାନଙ୍କ ସଂଖ୍ୟା ପ୍ରାୟ ୮୦ ହେବ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ତେଲେ ବିମାନ ବମାନ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ ବିମାନରେ ଥିବା ସମସ୍ତ ୧୦୧ ଜଣ ଜୀବିତ ଅଛନ୍ତି।

 

୯୭ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚରୀ ବିମାନଟି ଗତକାଲି ଅପରାହ୍ଣ ୪ଟା ସମୟରେ ଡ୍ୟୁରାଙ୍ଗୋରୁ ରାଜଧାନୀ ମେକ୍ସିକୋ ସିଟି ଅଭିମୁଖେ ଉଡ଼ାଣ ଆରମ୍ଭ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଦେଶର ପରିବହନ ମନ୍ତ୍ରୀ ଜେରାର୍ଡୋ ରୁଇଜ୍ ଏସ୍ପାର୍ଜା ଟୁଇଟରରେ କହିଛନ୍ତି। ତେବେ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଜରୁରୀକାଳୀନ ସେବା, ସେନା ଓ ରେଡ୍ କ୍ରସ୍ ଘଟଣାସ୍ଥଳରେ ଅଛନ୍ତି। ଏରୋମେକ୍ସିକୋ କହିଛି କି, ସୂଚନା ଯାଞ୍ଚ ଓ ବିସ୍ତୃତ ବିବରଣୀ ଏକାଠି ହେଲେ ଘଟଣାର ସମସ୍ତ ଦିଗରେ ତଦନ୍ତ କରାଯିବ । ଦୁର୍ଘଟଣା ସ୍ଥଳର ପ୍ରଥମ ଫଟୋ ସାମାଜିକ ଗଣମାଧ୍ୟରେ ସେୟାର୍ ହୋଇଛି। ଆଂଶିକ ଜଳୁଥିବା ଏକ ବିମାନର ଛବି ମେକ୍ସିକୀୟ ଗଣମାଧ୍ୟମ ପ୍ରଦର୍ଶନ କରୁଥିବାର ଦେଖାଯାଇଛି ।