ଭୁବନେଶ୍ୱର-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନରେ ଯାତ୍ରୀଙ୍କୁ ଗଳାକାଟି ହତ୍ୟା

32

ବାରିପଦା : ଭୁବନେଶ୍ୱର-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନରେ ଗତକାଲି ରାତିରେ ଜଣେ ଯାତ୍ରୀଙ୍କୁ ଗଳାକାଟି ହତ୍ୟା କରିଯାଇଥିବା ଅଭିଯୋଗ ହୋଇଛି । ଟ୍ରେନଟି ମୟୁରଭଞ୍ଜ ବେତନଟୀ ଷ୍ଟେସନରେ ଅଟକି ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି । ପ୍ରତ୍ୟକ୍ଷଦର୍ଶୀ କହିବା ଅନୁଯାୟୀ ଯାତ୍ରୀ ଜଣଙ୍କ ଟ୍ରେନରେ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ହଠାତ୍‌ ସଂପୃକ୍ତ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଯାତ୍ରୀଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ହତ୍ୟାକାଣ୍ଡର କାରଣ ମଧ୍ୟ ଜଣାପଡ଼ିନାହିଁ । ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ଟ୍ରେନଟି ବହୁ ସମୟ ଧରି ବେତନଟୀ ଷ୍ଟେସନରେ ଅଟକି ରହିଥିଲା । ପରେ ଆରପିଏଫ ପୁଲିସର ତନାଘନା ପରେ ହତ୍ୟାକାଣ୍ଡ ଘଟିଥିବା ବଗିଟିକୁ ଛାଡ଼ି ଟ୍ରେନ ଯାଇଥିଲା ।