ମଝି ଚିଲିକାରେ ଫସିଲେ ଯାତ୍ରୀ ।  ଘନକୁହୁଡି ଯୋଗୁ ଅଟକିଲା ଯାତ୍ରୀବାହୀ ଡଙ୍ଗା । 

33
କନକ ବ୍ୟୁରୋ : ଘନକୁହୁଡି ଯୋଗୁ ରାଜ୍ୟବାସୀ ପ୍ରଭାବିତ ହୋଇଥିବା ବେଳେ ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି । ଚିଲିକା ମଝିରେ ଫସିଯାଇଛନ୍ତି କିଛି ଯାତ୍ରୀ । ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଡଙ୍ଗା  । ଘନ କୁହୁଡି ଯୋଗୁଁ ସାତପଡାରୁ ଜହ୍ନିକୁଦା ଯାଉଥିବା ଡଙ୍ଗାଟି ଚିଲିକା ମଝିରେ ଏକ କୁଦରେ ଅଟକି ରହିଲା  ।
୨୦ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ସାତପଡାରୁ ଜହ୍ନିକୁଦା ୫କିଲୋମିଟର ଜଳପଥ ଅତିକ୍ରମ କରୁଥିବା ବେଳେ ରାସ୍ତା ଦେଖାନଯିବାରୁ ଏକ କୁଦ ଭିତରେ ଡଙ୍ଗାର ତଳ ଅଂଶ ଲାଗିଯାଇଥିଲା  । ଯାତ୍ରୀମାନେ ହୋହାଲ୍ଲା କରି ହାତ ହଲାଇ ଉଦ୍ଧାର ପାଇଁ ସହାୟତା ମାଗିଥିଲେ  । ଅନ୍ୟ ଡଙ୍ଗା ସାହାଯ୍ୟରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି  ।