ପର୍ତ୍ତୁଗାଲର କେନ୍ଦ୍ରାଞ୍ଚଳର ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ! ନିଆଁରେ ପୋଡି ହୋଇ ୭୦ ଜଣଙ୍କ ମୃତ୍ୟୁ, ୩ ଶହରୁ ଅଧିକ ଆହତ

44

କନକ ବ୍ୟୁରୋ : ପର୍ତ୍ତୁଗାଲରେ ଜଙ୍ଗଲରେ ଭୟାବହ ନିଆଁ । ଏଥିରେ ୮୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ପର୍ତ୍ତୁଗାଲର ଦକ୍ଷିଣ-ପୂର୍ବ ପୋଟ୍ରୋଗାଓ ଗ୍ରାଣ୍ଡ ସହରର ପାହାଡିଆ ଅଂଚଳରେ ଥିବା ଜଙ୍ଗଲରେ ଭୟାବହ ନିଆଁ ଲାଗିଛି । ଗତ ଦୁଇଦିନଧରି ଏହି ଭୟାବହ ନିଆଁରେ ୮୦ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଲୋକେ ସହର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । କାର ସହିତ ଅଧିକାଂଶ ଲୋକ ପୋଡି ହୋଇ ପ୍ରାଣ ହରାଇଛନ୍ତି ।

କାର ଭିତରୁ ୧୮ଟି ମୃତଦେହ ମିଳିଥିବାବେଳେ ଅନ୍ୟ ମୃତଦେହଗୁଡିକ କାର ନିକଟରେ ପଡିଥିବା ଦେଖିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଅଛନ୍ତି । ଶତାଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗଁ ନିଆଁ ଚାରିଆଡେ ବ୍ୟାପିବାରେ ଲାଗିଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ତେବେ ବଜ୍ରପାତ ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ସଂପୃକ୍ତ ଅଂଚଳରେ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହୁଥିବାରୁ ନିଆଁକୁ ଆୟତ କରିବା ସମ୍ଭବ ହେଉନାହିଁ । ଅଧିକାଂଶ ଲୋକ କାରରେ ଯାଉଥିବାବେଳେ ନିଆଁରେ ପୋଡି ହୋଇ ଦଗ୍ଧ ହୋଇଛନ୍ତି ।