ଖସିପଡିଲା ଓଭରବ୍ରିଜ୍ : ମୁମ୍ବାଇ ଅନ୍ଧେରୀରେ ନିର୍ମାଣାଧିନ ଓଭରବ୍ରିଜରୁ ଖସିଲା ସ୍ଲାବ । ୧୦ରୁ ୧୫ ଶ୍ରମିକ ଫସି ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

28

କନକ ବ୍ୟୁରୋ: ମୁମ୍ବାଇରେ ଟଳିଲା ବଡ ବିପଦ । ଖସିପଡିଲା ଓଭରବ୍ରିଜ୍ । ମୁମ୍ବାଇ ଅନେ୍ଧରୀ ଅଂଚଳରେ ଏକ ନିର୍ମାଣାଧିନ ଫୁଟ୍ ଓଭରବ୍ରିଜରୁ ଏକ ବଡ ସ୍ଲାବ୍ ଖସିପଡିଛି । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ଏହା ସହ ଓଭରବ୍ରିଜ୍ ତଳେ ୧୦ରୁ ୧୫ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି ।

ଅଗ୍ନିଶମ, ଆରପିଏଫ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଫୁଟ୍ ଓଭରବ୍ରିଜ୍ ଖସିବା ଫଳରେ ଅନ୍ଧେରୀ-ବିରାର ରୁଟରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ବାନ୍ଦ୍ରା-ଗୋରେଗାଓଁ ଲୋକାଲ୍ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅନ୍ଧେରୀ ଷ୍ଟେସନ ନିକଟରେ ଥିବା ରୋଡ୍‌ ଓଭର ବ୍ରିଜ୍‌ର ଫୁଟ୍‌ପାଥ ସହିତ କିଛି ଅଂଶ ଆଜି ସକାଳେ ହଠାତ ଭୁଶୁଡ଼ି ପଡ଼ିଥିଲା। ବ୍ରିଜ୍‌ର ଦକ୍ଷିଣ ଦିଗରେ ଥିବା ଭିଲେ ପର୍ଲି ଆଡକୁ ଏହି ବ୍ରିଜ୍ଣ କିଛି ଅଂଶ ଭୁଶୁଡ଼ି ପଡ଼ି ତଳେ ଥିବା ରେଲବାଇ ଟ୍ରାକ୍‌ରେ ପଡ଼ିଛି। ଫଳରେ ଟ୍ରାକର ଓଭର ହେଡ ଇକ୍ୟୁପମେଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛିି। ତେଣୁ ରେଳଚଳାଚଳ ବାଧାପ୍ରାପ୍ତ ହୋଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।ଏପରକି କେତେକ ଲାଇନ୍‌ରେ ଟ୍ରେନ୍‌ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିିବା ରେଳବାଇ ପକ୍ଷରୁ କୁହାଯାଇଛି।