ଭାଇରାଲ ହେଲା ସ୍ୱାମୀଙ୍କ ପ୍ରେମିକା ପାର୍ଟ ୩ ଭିଡିଓ : ଏୟାରପୋର୍ଟରେ ପରକୀୟା ପ୍ରୀତିକୁ ନେଇ ନିର୍ଧୁମ ଛେଚା ଖାଇଥିଲେ ମହିଳା

36

କନକ ବ୍ୟୁରୋ : ସ୍ୱାମୀଙ୍କ ପ୍ରେମିକା ପାର୍ଟ-୩ । ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱାମୀଙ୍କ ପ୍ରେମିକାକୁ ନିର୍ଧୁମ ଛେଚିଥିବା ସ୍ତ୍ରୀର ଆଉ ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସ୍ୱାମୀର ପ୍ରେମିକାକୁ ନିର୍ଧୁମ ଛେଚିଥିଲେ ସ୍ତ୍ରୀ । ଗୁରୁବାରଦିନର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବାରମ୍ବାର ତାଗିଦ କଲା ପରେ ବି ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ରଖିବାରୁ ପ୍ରେମିକାଙ୍କୁ ମାଡ ମାରିଲେ ସ୍ତ୍ରୀ । ୪ବର୍ଷ ହେଲା ସେ ଏନେଇ ସମ୍ପୃକ୍ତ ମହିଳା ଜଣଙ୍କୁ ବାରମ୍ବାର ତାଗିଦ କରିଥିଲେ ସୁଦ୍ଧା ସେ ଶୁଣୁନଥିବା କହିଛନ୍ତି । ଶେଷରେ ପ୍ରେମିକାଙ୍କୁ ସ୍ତ୍ରୀଙ୍କ ଠାରୁ ମାଡ ଖାଇବାକୁ ପଡିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଜି ଏହାର ଆଉ ଏକ ଭିଡିଓ ଭାଇରାଲ ହୋଇଛି ।

ସୋସିଆଲ ମିଡିଆ ହେଉଛି କି ପ୍ରତିଶୋଧର ମାଧ୍ୟମ । ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଦୁଇ ଦୁଇଟି ଏଭଳି ଘଟଣା ଘଟିଛି , ଯାହାକୁ ନେଇ ଏଭଳି ଧାରଣା ଦୃଢ ହେବାରେ ଲାଗିଛି । କିଛି ଦିନ ତଳେ ଭୁବନେଶ୍ୱରର ଏକ ପାର୍କରେ ଜଣେ ଯୁବକଙ୍କୁ ଦୁଇଜଣ ଯୁବତୀ ନିର୍ଧୁମ ଛେଚିଥିଲେ । ପ୍ରେମରେ ଧୋକାକୁ ନେଇ ଏଭଳି ଘଟିଥିଲା । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବେଶ ଚର୍ଚ୍ଚା ହୋଇଥିଲା । ଏପରିକି ମାମଲା ଥାନାରେ ଯାଇ ପହଂଚିଥିଲା । ସେହିଭଳ ଗତକାଲି ଓ ଆଜି ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହୋଇଛି ସେ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି ।

ଭୁବନେଶ୍ୱର ଏୟାରପୋର୍ଟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସ୍ୱାମୀର ପ୍ରେମିକାକୁ ନିର୍ଧୁମ ଛେଚିଥିଲେ ସ୍ତ୍ରୀ । ବାରମ୍ବାର ତାଗିଦ କଲା ପରେ ବି ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ରଖିବାରୁ ପ୍ରେମିକାଙ୍କୁ ମାଡ ମାରିଲେ ସ୍ତ୍ରୀ । ୪ବର୍ଷ ହେଲା ସେ ଏନେଇ ସମ୍ପୃକ୍ତ ମହିଳା ଜଣଙ୍କୁ ବାରମ୍ବାର ତାଗିଦ କରିଥିଲେ ସୁଦ୍ଧା ସେ ଶୁଣୁନଥିବା କହିଛନ୍ତି । ଶେଷରେ ପ୍ରେମିକାଙ୍କୁ ସ୍ତ୍ରୀଙ୍କ ଠାରୁ ମାଡ ଖାଇବାକୁ ପଡିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଠାରେ ବଡ ପ୍ରଶ୍ନ ଉଠୁଛି , ସୋସିଆଲ ମିଡିଆ ହେଉଛି କି ପ୍ରତିଶୋଧର ମାଧ୍ୟମ । ଏହି ଭିଡିଓ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛି କି ?