ଶୁଆ ପାଲଟିଲା ସିକ୍ରେଟ୍ ଏଜେଂଟ୍ ! ସ୍ୱାମୀଙ୍କ ଅବୈଧ ସଂପର୍କର ପରଦା ଖୋଲିଲା ସ୍ତ୍ରୀଙ୍କ ଆଗରେ  ।

130

ଲୋକମାନଙ୍କ କଥାବାର୍ତାକୁ ଖୁବ ଭଲ ଭାବେ ଅନୁକରଣ କରିପାରନ୍ତି ଶୁଆମାନେ । ଏଥିଯୋଗୁଁ ଲୋକମାନେ ମଧ୍ୟ ଶୁଆକୁ ବେଶ ପସନ୍ଦ କରନ୍ତି । କିନ୍ତୁ କୁଏତରେ ଜଣେ ବ୍ୟକ୍ତି ଏକ ଶୁଆପାଇଁ ବହୁତ ବଡ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଖବର ଅନୁସାରେ ସଂପୃକ୍ତ ଲୋକ ଜଣକ ନିଜ ପତ୍ନୀଙ୍କ ଅନୁପସ୍ଥିତିରେ ଘରର ଚାକରାଣୀ ସହିତ ଅବୈଧ ସଂପର୍କ ରଖୁଥିଲେ ଏବଂ ସେଇ ସମୟରେ ଲୋକ ଜଣକ ଚାକରାଣୀ ସହିତ ବହୁତ ରୋମାଂଟିକ କଥା ମଧ୍ୟ ହେଉଥିଲେ । ଯାହା ସେଠାରେ ବସିଥିବା ଶୁଆ ଶୁଣୁଥିଲା ।

କିଛି ଦିନ ପରେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଘରକୁ ଫେରିଥିଲେ । ଶୁଆ ଯେଉଁ ସବୁ କଥା ଶୁଣିଥିଲା ସେସବୁ ମହିଳାଙ୍କ ସାମ୍ନାରେ କହିବାରେ ଲାଗିଲା । ମହିଳା ଜଣଙ୍କୁ ଏସବୁ କଥା ବହୁତ ଅଜବ ଲାଗିଲା । କିନ୍ତୁ ଏନେଇ ମହିଳା ଜଣକ ନିଜ ସ୍ୱାମୀ ଓ ଘରର ଚାକରାଣୀ ଉପରେ ପୂର୍ବରୁ ସନ୍ଦେହ କରୁଥିଲେ । ଶୁଆଠାରୁ ଏପରି କଥା ଶୁଣି ସାରିବା ପରେ ସମସ୍ତ କଥା ବୁଝିପାରିଥିଲେ ।

ତା ପରେ ପ୍ରମାଣ ସ୍ୱରୂପ ଶୁଆକୁ ନେଇ ମହିଳା ଜଣକ ପୁଲିସ ପାଖରେ ପହଂଚିଥିଲେ । ଗଲ୍ଫ ଦେଶ ମାନଙ୍କରେ ଏପରି ଅନୈତିକ ସମ୍ପର୍କ ପାଇଁ ଜେଲ ବ୍ୟତୀତ କଡା ଦଣ୍ଡ ବିଧାନ ମଧ୍ୟ ରହିଛି । କିନ୍ତୁ ଏହି ମାମଲାରେ ଲୋକ ଜଣକୁ ତାଙ୍କ ଭାଗ୍ୟ ସାହାଯ୍ୟ କରିଥଲା । ପୁଲିିସ ଶୁଆର କଥାକୁ ପ୍ରମାଣ ମାନିବାରେ ମନାକଲା । ଯଦି ଏପରି ହୋଇଥାନ୍ତା ଲୋକ ଜଣକ ରୋମାନସ ବଦଳରେ ଜେଲରେ ପଥର ଭାଙ୍ଗୁଥାନ୍ତେ ।

ପୁଲିସ ସୂଚନା ଅନୁସାରେ ଶୁଆ ଏକଥା ସ୍ୱାମୀର ମୁହଁରୁ ଶୁଣିଛି ନା କୈାଣସି ଟିଭି ବା ଭିଡିଓରୁ ଶିଖିଛି , ତାର କୈାଣସି ପକ୍କା ପ୍ରମାଣ ନାହିଁ । ଏଥି ଯୋଗୁଁ ଶୁଆର କଥାକୁ ପ୍ରକୃତ ପ୍ରମାଣ ବୋଲି ମାନି ହେବ ନାହିଁ ।