ଶୁଆର ଅନଲାଇନ୍ ସପିଙ୍ଗ୍ ! ମଗାଇଲା ଆଇସ୍ କ୍ରୀମ୍ , ତରଭୁଜ ଏବଂ ଲାଇଟ୍ ।

94

ବଡଦିନ ସମୟରେ ସାରା ଦେଶ ସାଜସଜ୍ଜାରେ ଲିନ ଥିବା ବେଳେ ଏହି ପର୍ବକୁ ପାଳିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଶୈଳୀ ଆପଣାଇ ସପିଙ୍ଗ୍ କରିବା ପ୍ରକ୍ରିୟାକୁ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏଭଳି ସମୟରେ ଗୋଟିଏ ଶୁଆ ମଧ୍ୟ ନିଜ ପାଇଁ କିଛି କିଣିବାକୁ ମନ ବଳେଇଲା । ମାଲିକ ,ମାଲିକାଣୀ ଅନଲାଇନ୍ ରୁ ସପିଙ୍ଗ୍ କରୁଥିବା ଦେଖି ସେ ମଧ୍ୟ ଅନଲାଇନ୍ ସପିଙ୍ଗ୍ କରିବାକୁ ବାହାରିଲା । କ୍ରିସମାସ୍ କୁ ଖାସ୍ କରିବା ପାଇଁ ଏହି ରାକୋ ନାମକ ଶୁଆ ଆଲେକ୍ସା ଜରିଆରେ ଆମାଜନ୍ ରୁ ତରଭୁଜ,କିସମିସ୍ ,ବ୍ରୋକୋଲି,ଆଇସକ୍ରୀମ୍ ,ଲାଇଟ୍ ଏବଂ କିଛି ଗୁଡି ମଗାଇଥିଲା ।

ଆଲେକ୍ସା ଏଭଳି ଏକ ଡିଜିଟାଲ୍ ଡିଭାଇଜ୍ ଯାହା ଆପଣଙ୍କ ଆଦେଶକୁ ସମ୍ପୁର୍ଣ୍ଣ ପାଳନ କରିଥାଏ । ମାଲିକ ମାଲିକାଣୀ ଏହି ସମୟରେ ଘରୁ ବାହାରେ ଥିଲେ । ଘରକୁ ଆସିବା ପରେ ସପିଙ୍ଗ୍ ଲିଷ୍ଟ ଦେଖି ତାଙ୍କ ହୋସ୍ ଉଡି ଯାଇଥିଲା । ଦୁହେଁ ସଙ୍ଗେ ସଙ୍ଗେ ଏହି ଅର୍ଡର କ୍ୟାନସଲ୍ କରିଥିଲେ । ମାଲିକାଣୀ ମେରିୟମ୍ ଙ୍କ କହିବାନୁସାରେ ରାକୋ (ଶୁଆର ନାଁ) ଆଲେକ୍ସା ସହ ସବୁ ସମୟରେ କଥାବାର୍ତ୍ତା ହୋଇଥାଏ । ଗୀତ ଗାଇବା ପାଇଁ ମଧ୍ୟ ଆଲେକ୍ସାକୁ କହିଥାଏ । ପୂର୍ବରୁ ରାକୋ ଏକ ବାର୍ଡ ସେଞ୍ଚୁରୀରେ ଥିଲା ଯେଉଁଠି ସେ ଖୁବ୍ ଶୀଘ୍ର ଶବ୍ଦ ଶିଖୁଥିବାରୁ କିଛି ଖରାପ ଗାଳି ମଧ୍ୟ ଶିଖିଥିଲା । ଯେଉଁଥିପାଇଁ ପରେ ତାକୁ ସେଞ୍ଚୁରୀରୁ ବାହାର କରିଦିଆଗଲା ଏବଂ ମେରିୟମ୍ ଙ୍କ ପରିବାର ତାକୁ ଘରକୁ ନେଇଆସିଲେ ।