ଜନ୍ ଆବ୍ରାମଙ୍କୁ ବଡ ଝଟକା : ଠକେଇ ଅଭିଯୋଗରେ ଫସିଲେ ଦେଶୀ ବୟ!

67

ବିବାଦରେ ବଲିଉଡ୍ ଅଭିନେତା ଜନ୍ ଆବ୍ରାମ୍ । ନିଜ ଅପକମିଂ ଫିଲ୍ମ ପରମାଣୁକୁ ନେଇ ଏହି ଅଭିନେତା ଏବେ ଫଶିଛନ୍ତି ଠକେଇ ଓ ବିଶ୍ୱାସଘାତତା ଅଭିଯୋଗରେ । ପରମାଣୁ ପାଇଁ ଅଭିନେତା ଜନ୍ ଆବ୍ରାମ୍ ଓ ପ୍ରଯୋଜନା ସଂସ୍ଥା କ୍ରିଆଜ୍ ଏଂଟରଟେନମେଂଟ ଏବେ ସାମ୍ନା – ସାମ୍ନି ହୋଇଛନ୍ତି । ଆଉ କ୍ରିଆଜ୍ ଏଂଟରଟେନମେଂଟ ଏବେ ଅଭିନେତା ଜନ୍ ଆବ୍ରାମଙ୍କ ନାମରେ ଥାନା ଅଭିଯୋଗ କରିଛନ୍ତି ।

ନିଜର ଅପକମିଂ ଫିଲ୍ମ ପରମାଣୁକୁ ନେଇ ଏବେ ବିବାଦରେ ଫଶିଛନ୍ତି ବଲିଉଡ୍ ଅଭିନେତା ଜନ୍ ଆବ୍ରାମ୍ । ଆଗାମୀ ଫିଲ୍ମ ପରମାଣୁ – ଦ ଷ୍ଟୋରୀ ଅଫ୍ ପୋଖରାମ୍ କୁ ନେଇ ଏବେ ସାମ୍ନା ସାମ୍ନି ହୋଇଛନ୍ତି ଅଭିନେତା ଜନ୍ ଆବ୍ରାମ୍ ଓ ଫିଲ୍ମ ନିର୍ମାଣ ସଂସ୍ଥା କ୍ରିଆଜ୍ ଏଂଟରଟେନମେଂଟ । ଆଉ ଏହି ବିବାଦ ଏବେ ଥାନାରେ ପହଂଚିଛି । କ୍ରିଆଜ୍ ଏଂଟରଟେନମେଂଟର ସିଇଓ ପ୍ରେରଣା ଅରୋରା ଅଭିନେତା ଜନ୍ ଓ ତାଙ୍କ ପ୍ରଯୋଜନା ସଂସ୍ଥା ଜେ.ଏ ଏଂଟରଟେନମେଂଟ ଉପରେ ଠକେଇ ଓ ବିଶ୍ୱାସଘାତକତା ଅଭିଯୋଗ କରି ଥାନାର ପହଂଚିଛନ୍ତି । ତେବେ ସମ୍ପୂର୍ଣ୍ଣ କଥା ହେଲା ଜନଙ୍କ ପ୍ରଯୋଜନା ସଂସ୍ଥା ଜେ.ଏ ଏଂଟରଟେନମେଂଟ ଓ କ୍ରିଆଜ୍ ଏଂଟରଟେନମେଂଟ ମିଳିତ ଭାବେ ଫିଲ୍ମ ପରମାଣୁ କରିବା ପାଇଁ ଚୁକ୍ତି କରିଥିଲେ । ହେଲେ ଟଙ୍କାକୁ ନେଇ ଉଭୟ ସଂସ୍ଥା ଭିତରେ ଗତ କିଛି ଦିନ ବିବାଦ ଲାଗି ରହିଥିଲା ।

ଆଉ ଶେଷରେ କ୍ରିଆଜ୍ ସହ ଚୁକ୍ତି ଶେଷ କରିଥିଲେ ଜନ୍ ଆବ୍ରାମ୍ । ଯାହାକୁ ନେଇ ପରମାଣୁ ଚଳଚ୍ଚିତ୍ରର ରିଲିଜ୍ ମଧ୍ୟ ଡେରି ହେଉଥିବା ଦେଖିବାକୁ ମିଳିଛି । ଫିଲ୍ମଟି ପ୍ରଥମେ ଡିସେମ୍ବର ୮, ୨୦୧୭ରେ ରିଲିଜ୍ ହେବାର ଥିଲା । ବିବାଦ କାରଣରୁ ଏହାର ରିଲିଜ୍ ଡେଟ୍ ୨୩ ଫେବୃୟାରୀ ଏବଂ ପରେ ୬ ଏପ୍ରିଲକୁ ଘୁଂଚାଯାଇଥିଲା । ଏବେ ଏହି ସିନେମାଟି ୪ ମେରେ ରିଲିଜ୍ କରାଇବା ପାଇଁ ସ୍ଥିର କରିଛନ୍ତି ଅଭିନେତା ଜନ୍ ଆବ୍ରାମ୍ । ଅନ୍ୟପଟେ ଫିଲ୍ମରେ କ୍ରିଆଜ୍ କୁ କୌଣସି କ୍ରେଡିଟ୍ ଦିଆ ନଯିବା ନେଇ ଅଭିନେତା ଜନ୍ ଆବ୍ରାମଙ୍କ ବିରୋଧରେ ଥାନାରେ ମାମଲା ଦାଏର କରିଛନ୍ତି କ୍ରିଆଜ୍ ଏଂଟରଟେନମେଂଟ । ଏବେ ଦେଖିବାକୁ ବାକି ରହିଲା ଏହି ବିବାଦଟି ଆଗକୁ କେଉଁ ମୋଡ ନେଉଛି । ଆଉ ପରମାଣୁ – ଦ ଷ୍ଟୋରୀ ଅଫ୍ ପୋଖରାମ୍ କେବେ ପରଦାକୁ ଆସୁଛି ।