ବିମୁଦ୍ରାକରଣକୁ ନେଇ ଆରବିଆଇ ଗଭର୍ଣ୍ଣରଙ୍କୁ ସମନ ଜାରିକଲା ସଂସଦୀୟ କମିଟି

33

କନକ ବ୍ୟୁରୋ : ନଭେମ୍ବର ୮ରେ ହୋଇଥିବା ବିମୁଦ୍ରାକରଣକୁ ନେଇ ଯାଂଚ ଆରମ୍ଭ କରିଛି ସଂସଦୀୟ କମିଟି । ଏନେଇ କମିଟି ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ନୋଟିସ ଜାରି କରାଯାଇଛି । ନୋଟିସରେ କମିଟି ତାଙ୍କୁ ଅନେକ ପ୍ରଶ୍ନ ପଚାରିବା ସହ ଫେବୃୟାରୀ ୨୦ ପୂର୍ବରୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ପବ୍ଲିକ ଆକାଉଣ୍ଟସ କମିଟି ବା ପିଏସି ପକ୍ଷରୁ ଉର୍ଜିତଙ୍କୁ କୁହାଯାଇଛି ଯେ ବିମୁଦ୍ରାକରଣ ଯୋଗୁଁ ଅର୍ଥନୀତି ଉପରେ କି ପ୍ରଭାବ ପଡିଲା ତାହା ଜଣାଇବାକୁ ।

ପିଏସିର ଅଧ୍ୟକ୍ଷ କେଭି ଥୋମାସ ଏନେଇ ସୂଚନା ଦେଇଛନ୍ତି । କ୍ୟାସଲେଶ କାରବାରକୁ ପରିଚାଳନା କରିବା ପାଇଁ କିଭଳି ପ୍ରସ୍ତୁତି କରାଯାଇଛି ତାହା ମଧ୍ୟ ଜଣାଇବାକୁ ଉର୍ଜିତଙ୍କୁ କୁହାଯାଇଛି । ପିଏସି ଅଧ୍ୟକ୍ଷ କହିଛନ୍ତି ଯେ ଉର୍ଜିତଙ୍କୁ ୨୦୧୬ ଡିସେମ୍ବରରେ ଡକାଇ ବିଭିନ୍ନ ପ୍ରଶ୍ନ ପଚାରିବାକୁ ବିଚାର କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଲୋକମାନଙ୍କ ଠାରୁ ୫୦ ଦିନର ସମୟ ମାଗିଥିବାରୁ ଉର୍ଜିତଙ୍କୁ ଡକା ଯାଇଇନଥିଲା । ଉର୍ଜିତଙ୍କ ବ୍ୟତୀତ ପିଏସି ପକ୍ଷରୁ ରାଜସ୍ୱ ସଚିବ ଓ ଅର୍ଥ ସଚିବଙ୍କୁ ମଧ୍ୟ ହାଜର ହେବାକୁ କୁହାଯାଇଛି ।