ବିବାଦ ମଧ୍ୟରେ ଥିବା ସିନେମା ‘ପଦ୍ମାବତୀ’ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ ! ପାର୍ଲାମେଂଟର ଦୁଇ ଦୁଇଟି କମିଟି ଆଗରେ ପକ୍ଷ ରଖିବେ ସଂଜୟ ଲୀଲା ଭଂସାଲି

26

ବିବାଦ ମଧ୍ୟରେ ଥିବା ପଦ୍ମାବତୀ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ପାର୍ଲାମେଂଟର ଇନଫୋରମେସନ ଓ ଟେକ୍ନୋଲଜି କମିଟି ଆଗରେ ହାଜର ହେବେ ସିନେମାର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲି ଓ ସେନସର ବୋର୍ଡର ଅଧ୍ୟକ୍ଷ ପ୍ରସୂନ ଯୋଶୀ । ଏହି ଦୁଇଜଣ ସିନେମା ନେଇ କମିଟି ଆଗରେ ନିଜ ନିଜ ପକ୍ଷ ରଖିବେ । ଏହି କମିଟିରେ ଅଭିନେତା ପରେଶ ରାବଲ ଓ ରାଜ ବବର ସାମିଲ ଅଛନ୍ତି । ସେହିଭଳି ଲୋକସଭାର ପିଟିସନ କମିଟି ମଧ୍ୟ ସିନେମା ନେଇ ଶୁଣାଣି କରିବେ ।

padmabatiଏଠାରେ ପଦ୍ମାବତୀର ନିର୍ଦ୍ଦେଶକ ନିଜର ପକ୍ଷ ରଖିବେ । ପିଟିସନ କମିଟି ଆଜି ସେଂଟ୍ରାଲ ବୋର୍ଡ ଅଫି ସିନେମା ସାର୍ଟିଫିକେସନ ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀଙ୍କୁ ବି ସମନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସିନେମା ବିବାଦ ନେଇ କଣ କଣ ହୋଇଛି, ସେ ବାବଦରେ ଏହି ଅଧିକାରୀମାନେ କମିଟିକୁ ଅବଗତ କରାଇବେ । ପଦ୍ମବାତୀକୁ ନେଇ ଦେଶରେ ବିବାଦ ଲାଗିରହିଛି । ବିବାଦକୁ ରାଜନୈତିକ ରଙ୍ଗ ବି ଦିଆଯାଇଛି । ସିନେମାରେ ଇତିହାସକୁ କଦର୍ଥ କରାଯାଇଥିବା ଦର୍ଶାଇ କରଣି ସେନା ବିରୋଧ ପ୍ରଦର୍ଶନ କରୁଛି । ବିହାର, ରାଜସ୍ଥାନ, ୟୁପି,ମଧ୍ୟପ୍ରଦେଶ ଓ ଗୁଜରାଟ ସମେତ କିଛି ରାଜ୍ୟରେ ସିନେମାକୁ ବ୍ୟାନ କରାଯାଇଛି । ବିବାଦ କାରଣରୁ ସିନେମାର ପ୍ରମୋଶନକୁ ବନ୍ଦ କରିଦିଆଯାଇଛି । ପଦ୍ମାବତୀର ରିଲିଜ ନେଇ ବି ସସପେନ୍ସ ଜାରି ରହିଛି ।