ମୋଦି ଲେହେର ଫିକା ପଡ଼ିବା ପୂର୍ବରୁ ମୋଦିଙ୍କ ମାଷ୍ଟରପ୍ଲାନ୍ ! କେନ୍ଦ୍ର ସହ ୧୦ ରାଜ୍ୟକୁ ଏକାବେଳେ ଜିତିବାକୁ ଯୋଜନା

26

୨୦୧୯ରେ ଶେଷ ହେଉଛି ମୋଦିଙ୍କ କାର୍ଯ୍ୟକାଳ । କିନ୍ତୁ ଶାସନକାଳ ଶେଷ ହେବା ପୂର୍ବରୁ ହିଁ ନିର୍ବାଚନ କରାଇବା ପାଇଁ ଯୋଜନା ହେଉଛି । ତେବେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଥିବା ଜଣାପଡ଼ିଛି। ଆଉ ସେଥିପାଇଁ ଏବେ ଠାରୁ ରାଜନୀତିରେ ଛକାପଞ୍ଝା ଆରମ୍ଭ ହେଲାଣି । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଲେଣି ।

ସୂଚନା ଅନୁସାରେ ୨୦୧୯ରେ କାର୍ଯ୍ୟକାଳ ଶେଷ ହେଉଥିଲେ ହେଁ ପୂର୍ବରୁ ଲୋକସଭା ନିର୍ବାଚନ କରିବା ପାଇଁ ମୋଦି ଯୋଜନା ଆରମ୍ଭ କରିଦେଇଛନ୍ତି । କାରଣ କିଛି ଦିନ ପୂର୍ବରୁ ହୋଇଥିବା ରାଜସ୍ଥାନ ନିର୍ବାଚନରେ ବିଜେପିକୁ ଝଟକା ଲାଗିଛି । ଧୀରେ ଧୀରେ ବିଜେପି ବିରୋଧୀ ସ୍ୱର ଶୁଭିଲାଣି ଆଉକୁ ନଜରରେ ରଖି ମୋଦି ଏପରି ପ୍ଲାନ୍ ତିଆରି କରିଛନ୍ତି । ରାଜସ୍ଥାନରେ ଲୋକସଭାର ଦୁଇଟି ଏବଂ ଗୋଟିଏ ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ କ୍ଷମତାସୀନ ବିଜେପିକୁ ଗୁରୁତର ଝଟକା ଲାଗିଛି । ଏହି ତିନିଟି ଯାକ ଆସନକୁ ବିଜେପି ହାତରୁ ଛଡ଼ାଇ ନେଇଛି କଂଗ୍ରେସ । ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ଉପନିର୍ବାଚନକୁ ସେମିଫାଇନାଲ ବୋଲି ବିଚାର କରାଯାଉଥିଲା । ଉପନିର୍ବାଚନରେ କଂଗ୍ରେସର ଦମଦାର ବିଜୟ ଆସନ୍ତା ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଛି । ଦଳର ଏପରି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜକୁ ଦାୟୀ କରିବା ସହିତ ଲୋକଙ୍କ ପାଇଁ ପୂର୍ବଭଳି ସେବା ଜାରି ରହିବ ବୋଲି କହିଛନ୍ତି ।

ସୂତ୍ର ଅନୁସାରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ସହ ଲୋକସଭା ନିର୍ବାଚନ କରିବା ପାଇଁ ମୋଦି ସରକାର ଯୋଜନା କରୁଛନ୍ତି । ଆଉ ଏଥିପାଇଁ ଦେଶରେ ପ୍ରଥମ ଥର ପାଇଁ ବଡ଼ ସ୍ତରରେ ପ୍ରସ୍ତୁତି ଚାଲିଛି । ୧୭ତମ ଲୋକସଭା ନିର୍ବାଚନ ୨୦୧୯ ମେ’ ବଦଳରେ ଆସନ୍ତା ଡିସେମ୍ବରରେ ହୋଇପାରେ। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଗୁଆ ନିର୍ବାଚନ ପାଇଁ ଏଭଳି ଯୋଜନା କରୁଥିବା ଜଣାପଡ଼ିଛି । ଚଳିତ ବର୍ଷସାରା ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବରରେ ଆଗୁଆ ଲୋକସଭା ନିର୍ବାଚନ କରାଇବାକୁ ସରକାର କ୍ଷେତ୍ର ପ୍ରସ୍ତୁତ କରିବା ଆରମ୍ଭ କଲେଣି ବୋଲି ଚର୍ଚ୍ଚା ଜୋର ଧରିଛି ।

କିଛି ଦିନ ପୂର୍ବରୁ ମୋଦି ଏକ ଦେଶ ଏକ ନିର୍ବାଚନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ବିଜେପି ଶାସିତ ରାଜ୍ୟ ମହାରାଷ୍ଟ୍ର, ହରିୟାଣା ଓ ଝାଡ଼ଖଣ୍ଡ ସରକାରକୁ ବାଜିରେ ଲଗାଇବା ପାଇଁ ପଛାଉ ନାହାନ୍ତି ମୋଦି । ଏଥିପାଇଁ ଏହି ରାଜ୍ୟ ଗୁଡ଼ିକରେ ୧୦ ରୁ ୧୧ ମାସ ପୂର୍ବରୁ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ଏହି ରାଜ୍ୟଗୁଡ଼ିକର ବିଧାନସଭା କାର୍ଯ୍ୟକାଳ ୨୦୧୯ ଅକ୍ଟୋବର- ନଭେମ୍ବରରେ ପୁରା ହେଉଛି । ଏହାର ଅର୍ଥ ୬ଟି ରାଜ୍ୟର ବିଧାନସଭା ନିର୍ବାଚନ ଏକାସଙ୍ଗେ କରିବା ପାଇଁ ବିଚାର କରାଯାଉଛି ।

ବିଜେପି ଶାସନରେ ଛଅ ରାଜ୍ୟରେ ବିଧାନସଭା ନିର୍ବାଚନ କରିବା ସହ ଏନଡ଼ିଏ ନିଜର ସହଯୋଗୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡ଼ିପି ଓ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନାରେ ମଧ୍ୟ ସମୟ ପୂର୍ବରୁ ନିର୍ବାଚନ କରାଇବା ପାଇଁ ମନାଉଛନ୍ତି । ଆନ୍ଧ୍ରପ୍ରଦେଶରେ ଟିଡିପି ସହିତ ବିଜେପି ମେଣ୍ଟରେ ଅଛି। ଯଦି ଦଳ ଟିଡିପିକୁ ରାଜି କରାଇବାରେ ସମର୍ଥ ହେବ ତା’ହେଲେ ଏଠାରେ ନିର୍ବାଚନ ହୋଇପାରେ। ଅବଶ୍ୟ ଆନ୍ଧ୍ର ପ୍ରଦେଶ ବିଧାନସଭାରେ ବିଜେପିର ମାତ୍ର ୪ ଜଣ ସଦସ୍ୟ ଅଛନ୍ତି। ଅନ୍ୟପକ୍ଷରେ ୧୭୫ ଆସନ ବିଶିଷ୍ଟ ଏହି ବିଧାନସଭାରେ ଟିଡିପିର ୧୦୨ ଜଣ ସଭ୍ୟ ଅଛନ୍ତି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସମୟ ପୂର୍ବରୁ ପାଂଚ ମାସ ପୂର୍ବରୁ ଲୋକସଭା ନିର୍ବାଚନ କରିବା ସହ ହିଁ ବିଧାନସଭା ନିର୍ବାଚନ ସମ୍ଭବ ହୋଇଯିବ । ଏହାସହ ସିକ୍କିମର ମଧ୍ୟ ୫ ମାସ ପୂର୍ବରୁ ନିର୍ବାଚନ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଉଛି । ଲୋକସଭା ଏବଂ ଏହି ୯ଟି ରାଜ୍ୟରେ ନିର୍ବାଚନ ସହ ନୀତିଶ କୁମାର ମଧ୍ୟ ବିହାର ବିଧାନସଭା ନିର୍ବାଚନ କରିବା ପାଇଁ ପ୍ରସ୍ତତୁ ହୋଇପାରନ୍ତି । ପୂର୍ବରୁ ଏନେଇ ନୀତିଶ ସୂଚନା ଦେଇସାରିଛନ୍ତି ।

ବିଶ୍ୱସ୍ତ ସୂଚନା ଅନୁସାରେ ଡିସେମ୍ବରେ ହିଁ ଲୋକସଭା ନିର୍ବାଚନ ସହ ୧୦ଟି ରାଜ୍ୟରେgaujarat election ବିଧାନସଭା ନିର୍ବାଚନ କରିବା ପାଇଁ ମାଷ୍ଟର ପ୍ଲାନ୍ କରିଛନ୍ତି ମୋଦି । ଏପରି ହେବା ଦ୍ୱାରା ମୋଦି ଲୋକସଭା ନିର୍ବାଚନ ସହ ୧୦ ଟି ରାଜ୍ୟର ବିଧାନସଭା ନିର୍ବାଚନ ସହ କେନ୍ଦ୍ରକୁ ସତ୍ତାରେ ଆସିଯିବେ । ତେବେ ମୋଦିଙ୍କ ଏହି ମାଷ୍ଟର କାର୍ଡ଼ ଯୋଗୁଁ ବିଜେପି ଶାସିତ ରାଜ୍ୟରେ ଶାସନ ବିରୋଧୀ ସ୍ୱର ଧୀମା ପଡ଼ିଯିବ । ସୂୂଚନା ଅନୁସାରେ ରାଜସ୍ଥାନରେ ଉପନିର୍ବାଚନରେ ପରାଜୟ ଯୋଗୁଁ ବିଜେପି ଏବେ ଟଳମଳ ଅବସ୍ଥାରେ ରହିଛି । ଏହା ବ୍ୟତୀତ ଛତିିଶଗଡ଼ରେ ରମଣ ସିଂ ଓ ମଧ୍ୟପ୍ରଦେଶରେ ଶିବରାଜ ସିଂ ମଧ୍ୟ ବହୁତ ସମୟ ଧରି ଶାସନରେ ଅଛନ୍ତି । କୁହାଯାଉଛି ଶାସନ ବିରୋଧୀ ଲେହେର ତାଙ୍କୁ ମଧ୍ୟ ସାମ୍ନା କରିବା ପାଇଁ ପଡ଼ିବ ।

ତେବେ ସତ୍ତା କେତେବେଳେ ପଲଟି ଯିବ କିଛି କହିହେବ ନାହିଁ । ଶୀଘ୍ର ନିର୍ବାଚନ କରି ସତ୍ତାରେ ରହିବାର ମୋଦିଙ୍କ ଚାଲି ଫେଲ୍ ମଧ୍ୟ ମାରିପାରେ । ସାଧାରଣ ଜନତା ଯାହାକୁ ଚାହିଁବେ ସେ ହିଁ ଶାସନରେ ରହିବେ । ତେବେ ଏଥିର ମୋଦି କୌଣସି ଚାନ୍ସ ହରାଇବା ପାଇଁ ଚାହୁଁନାହାନ୍ତି । ଦୁଇ ଦିନ ପୂର୍ବରୁ ସଂସଂଦରେ ମୋଦି ବିଜେପିର ସଫଳତା ଓ କଂଗ୍ରେସ ବିଫଳତାକୁ ବଖାଣିଥିଲେ । ତେବେ କଂଗ୍ରସ ଏନେଇ ମଧ୍ୟ ଆଗରୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଆଉ ଏଥିପାଇଁ ଗୁରୁବାର ଦିନ ସୋନିଆ ଗାନ୍ଧି କଂଗ୍ରେସ ନେତାଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।