ସଂସଦ କ୍ୟାଣ୍ଟିନ୍‌ରେ ରିହାତିର ଯୁଗ ଶେଷ ! ପ୍ରତ୍ୟାହାର ହେଲା ସବ୍‌ସିଡି, ଏଣିକି ବଜାର ଦର ଅନୁଯାୟୀ ପଇସା ଗଣିବେ ସାଂସଦ ।

1,042

କନକ ବ୍ୟୁରୋ : ସଂସଦର ଉଭୟ ରାଜ୍ୟସଭା ଓ ଲୋକସଭାର ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ସଂସଦ କ୍ୟାଣ୍ଟିନ୍‌କୁ ପ୍ରଦାନ କରାଯାଉଥିବା ସବ୍‌ସିଡିକୁ କେନ୍ଦ୍ର ସରକାର ଆଜି ଠାରୁ ପ୍ରତ୍ୟାହାର କରି ନେଇଛନ୍ତି । ସମସ୍ତ ସାଂସଦଙ୍କ ସହମତି ଆଧାରରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଆଜି ଘୋଷଣା କରିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ଉଲ୍ଲେଖଯୋଗ୍ୟ, ସଂସଦର କ୍ୟାଣ୍ଟିନ୍‌କୁ କେନ୍ଦ୍ର ସରକାର ବାର୍ଷିକ ୧୭ କୋଟି ଟଙ୍କାର ସବସିଡି ବା ଅନୁଦାନ ପ୍ରଦାନ କରୁଥିଲେ ଏବଂ ସାଂସଦମାନେ ରିହାତି ଦରରେ ନାମମାତ୍ର ମୂଲ୍ୟ ଦେଇ ଏଠାରେ ସବୁ ପ୍ରକାରର ଖାଦ୍ୟ ଖାଇ ପାରୁଥିଲେ ।

ଏହି ନିଷ୍ପତ୍ତି ପରେ ସଂସଦର କ୍ୟାଣ୍ଟିନ୍‌ରେ ସାଂସଦମାନେ ଯାହା ବି କିଛି ଖାଇବେ ସେଥିପାଇଁ ବଜାର ଦର ଅନୁଯାୟୀ ପଇସା ଗଣିବେ ଓ ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାରର ରିହାତି ମିଳିବ ନାହିଁ । ପୂର୍ବରୁ ଯେତେବେଳେ ରିହାତି ମିିଳୁଥିଲା ସେତେବେଳେ ସାଂସଦମାନେ ଏହି କ୍ୟାଣ୍ଟିନ୍‌ରୁ ରିହାତି ଦରରେ ୫ ଟଙ୍କାରେ ଚା’ ଓ କଫି, ୬୫ ଟଙ୍କାରେ ଚିକେନ୍‌ ବିରିୟାନୀ, ୪୦ ଟଙ୍କାରେ ଖାସୀ ମାଂସ ତରକାରୀ ଓ ୩୦ ଟଙ୍କାରେ ସାଧାଥାଳି ଖାଇ ପାରୁଥିଲେ ।